ଫେସବୁକକୁ ନେଇ ଅଷ୍ଟ୍ରେଲିଆ ସରକାରଙ୍କ ନୂଆ ନିୟମ । ଅଷ୍ଟ୍ରେଲିଆର କୌଣସି ନ୍ୟୁଜ ପୋର୍ଟାଲର କଣ୍ଟେଣ୍ଟ ଲିଙ୍କ୍ ଫେସବୁକରେ ଶେୟାର କରିବେ ନାହିଁ । ଅର୍ଥାତ୍ ଯେଉଁମାନେ ଖବର ପଢ଼ିବାକୁ ଚାହିଁବେ ସେମାନଙ୍କୁ ସିଧାସଳଖ ନ୍ୟୁଜ ପୋର୍ଟାଲକୁ ଯାଇ ପଢ଼ିବାକୁ ହେବ। ଭଳି ପ୍ରତିବନ୍ଧକ ଲଗାଇବା ପଛର କାରଣ ଅଷ୍ଟ୍ରେଲିଆ ସରକାର ନିକଟରେ ଆଣିବାକୁ ଯାଉଥିବା ଏକ ଆଇନ୍। ଯାହାକି ପ୍ରସ୍ତାବିତ ଆକାରରେ ରହିଛି। ଯେଉଁଥିରେ ମିଡିଆ ସଂସ୍ଥାକୁ ଫେସବୁକ କିଛି ପଇସା ଦେବ ବୋଲି ନିୟମ ରହିଛି। ଯେହେତୁ ନ୍ୟୁଜ୍ ଲିଙ୍କ୍ ଫେସବୁକରେ ଶେୟାର ହେବା ଦ୍ୱାରା ଅଧିକ ଲୋକ ଫେସବୁକ ଉପରେ ନିର୍ଭରଶୀଳ ହେଉଛନ୍ତି ଏବଂ ୟୁଜରଙ୍କ ସଂଖ୍ୟା ବଢ଼ୁଛି। ତେଣୁ ଏହାକୁ ନଜରରେ ରଖି ଅଷ୍ଟ୍ରେଲିଆ ସରକାର ଏଭଳି ନୂଆ ନିୟମ ଆଣିଛନ୍ତି। ଯାହାକୁ ବିରୋଧ କରି ଫେସବୁକ କଣ୍ଟେଣ୍ଟ ଲିଙ୍କ୍ ଶେୟାରିଂ ଉପରେ ରୋକ୍ ଲଗାଇଛି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ମଧ୍ୟ ଏହି ପ୍ରସଙ୍ଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି। ଅଷ୍ଟ୍ରେଲିଆର ଏହି ପ୍ରସ୍ତାବିତ ବିଷୟରେ ମୋରିସନ ବ୍ରିଟେନ, କାନାଡା ଏବଂ ଫ୍ରାନ୍ସର ନେତାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଅନ୍ୟପଟେ ଫେସବୁକ୍ କହିଛି ଯେ ନ୍ୟୁଜ କଣ୍ଟେଣ୍ଟରୁ କମ୍ପାନୀ କୌଣସି ଲାଭ ପାଏ ନାହିଁ। ସରକାର ଟଙ୍କା ଦେବାକୁ ବାଧ୍ୟ କରିବା ଠିକ୍ ନୁହେଁ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0