ଓସ୍କାର ରେସ୍ରେ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’। ନୀଳ ମାଧବ ପଣ୍ଡାଙ୍କ ଦ୍ୱାରା ତିଆରି ହୋଇଥିବା ଏହି ଫିଲ୍ମକୁ ଜ୍ୟାନେରାଲ କ୍ୟାଟେଗୋରୀର ଚାରୋଟି ବିଭାଗ ଯଥା– ବେଷ୍ଟ ଆକ୍ଟର, ବେଷ୍ଟ ଡିରେକ୍ଟର ଏବଂ ଅନ୍ୟାନ୍ୟ କ୍ୟାଟାଗୋରୀ ମନୋନିତ ହୋଇଛି। ‘କାଲିର ଅତୀତ’ ଫିଲ୍ମରେ ପୀତବାଶ ତ୍ରିପାଠୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପାଣିପାଗ ପରିବର୍ତ୍ତନ ଓ ସମୁଦ୍ରରେ ପାଣିର ଲେବୁଲ ବଢ଼ିବା ପରେ ଜଣେ ବ୍ୟକ୍ତି ପରିବାରକୁ ହରାଉଛି। ଏହାପରେ ସମ୍ପୃକ୍ତ ଅତୀତକୁ ଫେରି ପାଇବା ପାଇଁ ସଂଘର୍ଷ କରୁଛି, ତାହା ଉପରେ ଏହି ଫିଲ୍ମଟି ଆଧାରିତ ହୋଇଛି।ନୀଳମାଧବ ପଣ୍ଡାଙ୍କ ଏହି ଫିଲ୍ମ ପରିବେଶ ଏବଂ ଆଜିର ସମାଜ ଉପରେ ଆଧାରିତ ହୋଇଛି। ଓସ୍କାର ରେସକୁ ଏହି ଫିଲ୍ମ ଆସିବା ପରେ ନୀଳ ମାଧବ ପଣ୍ଡା ଟ୍ୱିଟ୍ କରି ଖୁସି ବ୍ୟକ୍ତ କରିଛନ୍ତି। ଗତବର୍ଷ କରୋନା ସାରା ଦେଶ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ କାଲିର ଅତୀତ ଫିଲ୍ମ ଓସ୍କାର ରେସରେ ସାମିଲ୍ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଶ୍ରୀଯୁକ୍ତ ପଣ୍ଡା। ଏହି ଫିଲ୍ମଟି ପୂର୍ବରୁ ଗୋଆରେ ହୋଇଥିବା ୫୧ତମ ଇଣ୍ଟରନେଶନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ ପାଇଁ ସିଲେକ୍ଟ ହୋଇଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0