ଜାଣନ୍ତୁ ବର୍ଷା ଋତୁରେ କିପରି ନେବେ ସ୍ୱାସ୍ଥ୍ୟର ଯତ୍ନ. . .
Young redheaded woman with purple top holding an umbrella and a phone, walking under the rain. Columns and a woman with purchases on background.
ଗ୍ରୀଷ୍ମ ଋତୁ ପରେ ବର୍ଷାର ଆଗମନ ହୋଇଥାଏ । ଏହି ଋତୁ ଖୁବ୍ ସୁନ୍ଦର ଓ ମନୋହର ହୋଇଥାଏ । ଅପରପକ୍ଷେ ଏହି ଋତୁରେ ରୋଗ ସଂକ୍ରମଣର ଭୟ ମଧ୍ୟ ପ୍ରବଳ ହୋଇଥାଏ । ଖାଦ୍ୟପେୟରେ ଟିକିଏବି ଅସୁବିଧା ହେଲେ ମନୁଷ୍ୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ତେଣୁ ଏହି ସମୟରେ ଖାଦ୍ୟର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ ଅଟେ ।
ସାଧାରଣତଃ ଏହି ଋତୁରେ ଉଷୁମ ପାଣି ପିଇବା ଆବଶ୍ୟକ । ଏହା କରିବା ଦ୍ୱାରି ପାଣିରେ ଥିବା ବ୍ୟାକ୍ଟେରିୟା ଓ ରୋଗ ଜୀବାଣ ନଷ୍ଟ ହୋଇଯାଇଥାଏ । ଏହାଛଡା ପ୍ରତିଦିନ ସକାଳୁ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇବା ଦ୍ୱାରା ହାନି କାରକ ଜୀବାଣୁ ଶରୀରରୁ ନିଷ୍କାସିତ ହୋଇଯାଇଥାନ୍ତି । ବର୍ଷା ଋତୁରେ ଲୁଣ ର ବ୍ୟବହାର କମ କରିବା ଦରକାର । ଏହା ଶରୀରରେ ସୋଡିୟମ୍ ମାତ୍ରାକୁ ବଢାଇଥାଏ ।ଯାହାଫଳରେ ହାଇ ବ୍ଲଡ଼ପ୍ରେସର ଓ ଡାଇବେଟିସ୍ ଭଳି ରୋଗିଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ।
ଏହି ଋତୁରେ ଜାମୁ, ଭଣ୍ଡା, ସେଓ, ଡାଳିମ୍ବ, ନାସପତି ପରି ବିଭିନ୍ନ ଫଳ ଖାଇବା ଦରକାର । ଏଥିରୁ ମିଳିଥିବା ନ୍ୟୁଟ୍ରିସିୟାନ ଶରୀର ରେ ଇମ୍ଫେକସନ ,ଏଲର୍ଜି ଓ ସାଧାରଣ ରୋଗ ରୁ ରକ୍ଷା କରିଥାଏ । ଏହି ସମୟରେ ତୈଳଯୁକ୍ତ ଖାଦ୍ୟ ଯେପରି କି ବ୍ରେଡପକୋଡା, ସିଙ୍ଗଡା, କଚୋଡି ପ୍ରଭୃତି ଖାଇବା ଅନୁଚିତ କାରଣ ଏହି ସମୟରେ ପାଚନ ପ୍ରକ୍ରିୟା ସିଥିଳ ହୋଇଥାଏ । ଏହା ହଜମ ହେବାରେ ଅସୁବିଧା ହୋଇଥାଏ ।ଏହି ଋତୁରେ କାଜୁ, କିସ୍ମିସ୍, ବାଦାମ, ଭେଜିଟବୁଲ୍ ସୁପ, ଗାଜର, ବିଟ କଖାରୁ ପ୍ରଭୃତି ଖାଇବା ଉଚିତ । ଏହା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।