ବାଲିଅନ୍ତା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ବୁଲେଟ ବାଇକକୁ ଜାଳି ଦେଇଛନ୍ତି ଦୁବୃତ୍ତ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲିଅନ୍ତା ଥାନା ଅନ୍ତର୍ଗତ ଚାରିମାଣିଆ ଗ୍ରାମରେ । ତେବେ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଏପରି ଘଟିଛି ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏନେଇ ଉକ୍ତ ଗ୍ରାମର ରାଜେନ୍ଦ୍ର ସାହୁ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ରାଜେନ୍ଦ୍ରଙ୍କର ସ୍ଥାନୀୟ ବଜାରରେ ଏକ ଟାଟୁ ଦୋକାନ ଅଛି । ତେବେ ନିଜର ଦୋକାନ ବନ୍ଦ କରି ତାଙ୍କ ବୁଲେଟଟିକୁ ଘର ନିକଟରେ ରଖିଥିଲେ । ତେବେ ବିଳମ୍ବିତ ରାତିରେ ପାଟିତୁଣ୍ଡ ଶୁଣି ପଦାକୁ ବାହାରିଲା ବେଳେ ତାଙ୍କ ବୁଲେଟରେ ନିଆଁ ଲାଗିଯାଇଥିବାର ଦେଖିଥିଲେ । ଅନ୍ୟପଟେ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ନିଆକୁ ଆୟତ୍ତ କରିଥିଲେ । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0