ନୂଆଦିଲ୍ଲୀ: ଟୁଲକିଟ୍ ମାମଲାରେ ଗିରଫ ୨୨ ବର୍ଷୀୟ ଦିଶା ରବିଙ୍କୁ ଆଜି ଜାମିନ ମିଳିନାହିଁ। ପଟିଆଲା ହାଉସ କୋର୍ଟ ଦିଲ୍ଲୀ ପୁଲିସ୍ ଓ ଦିଶାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲଙ୍କ ଯୁକ୍ତି ଶୁଣିବା ପରେ ମାମଲା ରାୟ ୨୩ ତାରିଖରେ ପ୍ରକାଶ କରିବେ ବୋଲି କହିଛନ୍ତି।
ଦିଲ୍ଲୀ ପୁଲିସ୍ ଆଜି କୋର୍ଟରେ କହିଛି ଯେ ଟୁଲକିଟ୍ରେ ମିଛ ତଥ୍ୟ ଦେଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଇଥିଲା। ଲୋକଙ୍କୁ ସରକାରୀ ବିରୋଧୀ ଆନ୍ଦୋଳନରେ ସାମିଲ ହେବାକୁ କୁହାଯାଇଛି। ଭାରତ ସରକାରଙ୍କ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର କରାଯାଉଥିଲା।ହିଂସାକୁ ଉସକାଇବା ଭଳି କୌଣସି ତଥ୍ୟ ଟୁଲକିଟ୍ରେ ନାହିଁ। ବିଚାରପତି ପୁଲିସକୁ ପ୍ରଶ୍ନ କରିଥିଲେ ଯେ ଏ ସମ୍ପର୍କରେ କୌଣସି ସିଧା ଲିଙ୍କ ଅଛି ନା କେବଳ ଅନୁମାନ ଲଗା ଯାଉଛି? ଏହାର ଜବାବରେ ଦିଲ୍ଲୀ ପୁଲିସ୍ କହିଥିଲା ଯେ ଆମେ ଟୁଲକିଟ୍ରେ ତଥ୍ୟ ଓ ଏହା ପଛର ଉଦ୍ଦେଶ୍ୟକୁ ଭଲ ଭାବେ ବୁଝିବା ଦରକାର। ଏହା ଆଦୌ ସହଜ ମାମଲା ନୁହେଁ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0