ସାଧାରଣତଃ ମହିଳାମାନେ ତ୍ୱଚାର ଯନ୍ତ୍ର ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । କାଣର ଗୋଟିଏ ଛୋଟ ଭୁଲ ମଧ୍ୟ ତ୍ୱଚା ପାଇଁ କ୍ଷତିକାରକ ହୋଇପାରେ । ଏହିକାରଣରୁ ଅନେକ ମହିଳାମାନେ ମଧ୍ୟ ଗ୍ଲୋଇିଂ ତ୍ୱଚା ପାଇଁ ମଧ୍ୟ ବଜାରରେ ମିଳୁଥିବା ଅନେକ ମହଙ୍ଗା ପ୍ରଡକ୍ଟ ବ୍ୟବହାର କରିଥାନ୍ତି କିନ୍ତୁ ସେଥିରେ ଥିବା ହର୍ଶ କେମିକାଲ ଆପଣଙ୍କ ତ୍ୱଚାକୁ କ୍ଷତି ମଧ୍ୟ ପହଞ୍ଚାଇଥାଏ । ଏହିକାରଣରୁ ଆପଣ ଘରୋଇ ଉପଚାରର ସାହାଯ୍ୟ ନେଇପାରିବେ । ଏହାଦ୍ୱାରା ଆପଣଙ୍କ ତ୍ୱଚାରେ ମଧ୍ୟ କୌଣସି ପ୍ରକାର କ୍ଷତି ହୋଇନଥାଏ । ତ୍ୱଚା ପାଇଁ ଗୋଲାପ ଜଳର ବ୍ୟବହାର ଖୁବ୍ ଲାଭକାରୀ ହୋଇଥାଏ । ଗୋଲାପ ଜଳ ତ୍ୱଚାର ଚମକ ବଢାଇବା ସହ ସତେଜ କରିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ତ୍ୱଚାରେ ବ୍ୟବହାର କରିବେ କିପରି ।
-ତ୍ୱଚା ପାଇଁ ଗୋଲାପ ଜଳ ଅନେକ ଲାଭଦାୟକ ହୋଇଥାଏ । ଗୋଲାପ ଜଳ ତ୍ୱଚାର ଚମକ ବଢାଇଥାଏ । ନିୟମିତ ରୂପେ ଗୋଲାପ ଜଳ ବ୍ୟବହାର କରିବା ଦ୍ୱାରା ବ୍ରଣ ଏବଂ ଦାଗ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାବ୍ୟତୀତ ଗୋଲାପ ଜଳ ଆକିତଳ କଳା ପଡିବା ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ ।
ଜାଣନ୍ତୁ ଗୋଲାପ ଜଳ ବ୍ୟବହାର କରିବେ କିପରି
-ଗୋଲାପ ଜଳରେ ଲେମ୍ବୁ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚାର ଚମକ ବଢିଥାଏ । ଗୋଲାପ ଜଳରେ ଲେମ୍ବୁ ରସ ମିଶାଇ ଏହାକୁ ତ୍ୱଚାରେ ଲଗାଇ ୧୫ ମିନିଟ୍ ରଖନ୍ତୁ । ଏହାପରେ ହାଲୁକା ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ ।
-ଗୋଲାପ ଜଳରେ ଦହି ଏବଂ ବେସନ ମିଶାଇ ଲଗାଇବା ଦ୍ୱାରା ଲାଭ ମିଳିଥାଏ । ଏହି ତିନଟି ଜିନିଷକୁ ମିଶାଇ ତ୍ୱଚାରେ ଲଗାଇ କିଛି ସମୟ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ । ଏହାପରେ ମଶ୍ଚରାଇଜର ଲଗାନ୍ତୁ ।
-ଗୋଲାପ ଜଳକୁ ଆଇସ୍ ଟ୍ରେ ରେ ରଖି ଫ୍ରିଜ୍ ରେ ରଖି ସେହି ବରଫ ଖଣ୍ଡ ଦ୍ୱାରା ମଧ୍ୟ ତ୍ୱଚା ସଫା କରିପାରିବେ । ଏପରି କରିବା ଦ୍ୱାରା ତ୍ୱଚାରୁ ବ୍ରଣ ସମସ୍ୟା ଦୂର ହୋଇଥାଏ ।
-ଗୋଲାପ ଜଳରେ ଦହି ମିଶାଇ ଲଗାଇବା ଦ୍ୱାରା ସ୍କିନ୍ ରେ ଚମକ ଦେଖାଯାଇଥାଏ । ଏହାଦ୍ୱାରା ସ୍କିନ୍ ହ୍ୱାଇଟନିଂ ହେବାରେ ମଧ୍ୟ ସାହାଯ୍ୟ ମିଳିଥାଏ । ଏହାବ୍ୟତୀତ ତ୍ୱଚାର ଡେଡ୍ ସେଲ୍ ମଧ୍ୟ ଶେଷ ହୋଇଯାଏ । କେବଳ ଏତିକି ନୁହେଁ ଏହି ମିଶ୍ରଣ ଲଗାଇବା ଦ୍ୱାରା ତ୍ୱଚାରୁ ଦାଗ ଦୂର ହେବା ସହ ତ୍ୱଚା ଜନିତ ଅନେକ ସମସ୍ୟା ଦୂର ହୋଇଥାଏ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0