ସିଆରପିଏଫ୍ ‘ରାପିଡ୍ ଆକ୍ସନ ଫୋର୍ସ’ର ଡିଆଇଜିଙ୍କ ଡ୍ରାଇଭରର ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ହୋଇଛି । ଏନେଇ ଡ୍ରାଇଭର ଖୁସବୀର ସିଂହଙ୍କ ମୃତ୍ୟୁ କରୋନା ସଂକ୍ରମଣ କାରଣରୁ ହୋଇଛି କିମ୍ବା ଅନ୍ୟ କୌଣସି କାରଣରୁ ହୋଇଛି ସେନେଇ ବର୍ତ୍ତମାନ ମଧ୍ୟ ସ୍ପଷ୍ଟ କାରଣ ଜଣା ପଡିନାହିଁ ।
ସୂଚନା ମୁତାବକ ଡ୍ରାଇଭର ୧୪ଦିନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବା ପରେ ଆଜି ତାଙ୍କୁ ଛୁଟି ମିଳିଥିଲା । କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବାହାରିବା ସମୟରେ ତାଙ୍କ ଶରୀରରେ ତାପମାତ୍ରା ସମାନ୍ୟ ରହିଥିଲା । କିନ୍ତୁ ସେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ନିଜ ଯୁନିଟରେ ପହଞ୍ଚିବା ପରେ ହିଁ ହଠାତ୍ ଚଟାଣରେ ପଡିଯାଇଥିଲେ । ଘଟଣାସ୍ଥଳରେ ତାଙ୍କୁ ସହିଦ୍ ହସନ ଖାନ ମେୱାତୀ, ରାଜକୀୟ ଚିକିତ୍ସା ମହାବିଦ୍ୟାଳୟ, ନଲ୍ହର,ନୁଂହ ଚିକିତ୍ସା ମହାବିଦ୍ୟାଳୟରେ ଭର୍ତ୍ତି କରାଯାଇଥିଲା । ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସିଆରପିଏଫ୍ ଯବାନଙ୍କ କହିବାନୁଯାୟୀ, ଆରଏଏଫର ଉତ୍ତର ଜୋନର ଡିଆଇଜି କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ସୁଖବୀର ସିଂହ ଗତ ୨୯ ମେ ରେ ନ୍ଖକ୍ସ ଘରୁ ଫେରିଥିଲେ । ଏହାପରେ ନିୟମାନୁସାରେ ତାଙ୍କୁ ନୁଂହ ସ୍ଥିତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା । ଏହି ସେଣ୍ଟରରେ ୧୯୪ ବାଟାଲିୟନର ଅନେକ ଯବାନ ମଧ୍ୟ ରହିଥିଲେ । ଆଜି ସକାଳେ ସୁଖବୀରଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଯିବା ପାଇଁ ପରାମର୍ଶ ମିଳିଥିଲା । ବାହାରକୁ ଆସିବା ସମୟରେ ମଧ୍ୟ ତାଙ୍କର ଅନ୍ୟ ସାଥିମାନଙ୍କ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ସମୟରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ରହିଥିଲା । ଏହାପରେ ସେ ସକାଳ ଜଳଖିଆ ଖାଇ ନିଜ ୟୁନିଟକୁ ଫେରିଥିଲେ ।
ରିପୋର୍ଟ ଅନୁଯାୟୀ ସୁଖବୀର କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଯିବାର ଏକ ଘଣ୍ଟା ହୋଇଛି କି ନାହିଁ ଠିକ୍ ୮.୩୦ରେ ସେ ହଠାତ୍ ଚଟାଣରେ ପଡିଯିବାର ଖବର ମିଳିଥିଲା । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ରାଜକୀୟ ଚିକିତ୍ସା ମହାବିଦ୍ୟାଳୟ, ନଲ୍ହର ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0