ମହାରାଷ୍ଟ୍ର : ମହାରାଷ୍ଟ୍ରରେ ବଢୁଥିବା କରୋନା ସଂକଟକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୁଣେରେ ରାତି ୧୧ ଟାରୁ ସକାଳ ୬ ଟା ପର୍ୟ୍ୟନ୍ତ ରାତ୍ରୀ କାଳୀନ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ଜରୁରି ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ଏହାସହ ୨୮ ଫେବୃଆରୀ ପର୍ୟ୍ୟନ୍ତ ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ଏହି ଗାଇଡ ଲାଇନ ଆସନ୍ତା କାଲି ଠାରୁ ଲାଗୁ ହେବ । ସଂନ୍ଧ୍ୟା ୭ ବେଳେ ଏନେଇ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ସମ୍ବୋଦ୍ଧିତ କରିବେ । କରୋନା ସଂକ୍ରମଣରେ ଦେଶରେ ସବୁଠାରୁ ଅଧିକ ଲୋକ ମହାରାଷ୍ଟ୍ରରେ ମୃତ୍ୟୁବରଣ କରିଛନ୍ତି । ଦେଶରେ କରୋନା ସଂକ୍ରମଣରେ ହୋଇଥିବା ମୋଟ ମୃତକଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରେ ୩୩ ପ୍ରତିଶତ ଲୋକ ରହିଛନ୍ତି । ବର୍ତ୍ତମାନ ଯାଏ ମହାରାଷ୍ଟ୍ରରେ କରୋନା ସଂକ୍ରମିତ ମୃତକଙ୍କ ସଂଖ୍ୟା ୫୧,୭୫୩ ରେ ପହଂଚିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ସଂନ୍ଧ୍ୟା ୭ ଟା ବେଳେ ରାଜ୍ୟର ଲୋକମାନଙ୍କୁ ସମ୍ବୋଧିତ କରିବେ । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଥିଲେ କି ଯେତେବେଳେ ପର୍ୟ୍ୟନ୍ତ ଲୋକମାନେ କରୋନା କଟକଣାକୁ କଡା କଡି ଭାବେ ପାଳନ କରି ନାହାନ୍ତି ସେ ପର୍ୟ୍ୟନ୍ତ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବ । ଏହା ସହ ଲୋକମାନେ ଲକଡାଉନକୁ ସାମ୍ନା କରିବାକୁ ପ୍ରସ୍ତୁତ ହୁଅନ୍ତୁ ବୋଲି ସେ ଚେତାବନୀ ଦେଇଥିଲେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0