ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ତପ୍ତପାଣି ଘାଟିରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତାରେ ଏକ ପେପର ବୋଝେଇ ଟ୍ରକ ଆଜି ଯାଉଥିବାବେଳେ ଦୁର୍ଘଟଣାଗସ୍ତ ହୋଇଥିବା ସୂଚନା ମିଳିଛି। ଟ୍ରକଟି ଗଜପତିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ତପ୍ତପାଣି ଘାଟିରେ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ଡ୍ରାଇଭର ଓ ହେଲପର ଆହତ ହୋଇଥିବା ସୂଚନା ମିଳିଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସେହିପରି ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତା କୁରେଇଶୁଣୀ ମନ୍ଦିର ନିକଟରେ ଏକ ଟିପର ଗୋଟିଏ ମୋଟର ସାଇକେଲକୁ ଧକ୍କା ଦେଇଛି । ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ପଡିଛନ୍ତି।ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକଜଣଙ୍କ ବ୍ରହ୍ମପୁରର ବୋଲି ସୂଚନା ମିଳିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0