ପୁଣେ: ଭାରତର ଟିକା ଆବଶ୍ୟକତା ଉପରେ ପ୍ରଥମେ ଗୁରୁତ୍ୱ ଦେଇ ବାକି ଟିକା ବିଶ୍ୱର ଅନ୍ୟ ଅଞ୍ଚଳକୁ ପଠାଇବାକୁ ‘ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ’କୁ ନିର୍ଦେଶ ମିଳିଥିବା କଥା ସିଇଓ ଅଦର ପୁନାଓ୍ଵାଲା କହିଛନ୍ତି। ସେ କହିଛନ୍ତି, ଭାରତର ବିପୁଳ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ସମନ୍ଵୟ ରକ୍ଷା କରି ବିଶ୍ୱର ବାକି ଦେଶଗୁଡ଼ିକୁ ଟିକା ପଠାଇବାକୁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ନିର୍ଦେଶ ମିଳିଛି। ତେଣୁ ଯେଉଁ ଦେଶ ଓ ସରକାରମାନେ ଭାରତରୁ ‘କୋଭିସିଲଡ’ କିଣିବାକୁ ଆଗ୍ରହୀ ସେମାନେ ଧୈର୍ୟ୍ୟ ଧରନ୍ତୁ ବୋଲି ପୁନାଓ୍ଵାଲା ଅନୁରୋଧ କରିଛନ୍ତି। ଟୁଇଟ କରି ଅଦର ପୁନାଓ୍ଵାଲା କହିଛନ୍ତି, ପ୍ରିୟ ଦେଶ ଓ ସରକାର, ଆପଣମାନେ ‘କୋଭିସିଲ୍ଡ୍’ ଯୋଗାଣକୁ ଅପେକ୍ଷା କରି ରହିଥିବା ବେଳେ ମୋର ବିନମ୍ର ନିବେଦନ, ଧୈର୍ୟ୍ୟ ଧରନ୍ତୁ। ଭାରତର ବ୍ୟାପକ ଟିକା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ବିଶ୍ୱର ବାକି ଦେଶମାନଙ୍କ ସହ ସମନ୍ଵୟ ରକ୍ଷା କରିବାକୁ ସିରମ୍ ଇନ୍ଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ନିର୍ଦେଶ ମିଳିଛି। ଆମେ ପାରୁ ପର୍ୟ୍ୟନ୍ତ ଚେଷ୍ଟା କରୁଛୁ। ଜାତିସଂଘ ଶାନ୍ତିରକ୍ଷାକାରୀଙ୍କ ଲାଗି ବୁଧବାର ଦିନ ଭାରତ ୨ ଲକ୍ଷ ଡୋଜ୍ କୋଭିଡ୍-୧୯ ଟିକା ଉପହାର ପଠାଇବାକୁ ଭାରତ ଘୋଷଣା କରିଛି। ସେହିଭଳି, ପୂର୍ବରୁ ସିରମ ଇନଷ୍ଟିଚ୍ୟୁଟ ମଧ୍ୟ ବ୍ରାଜିଲ, ମେକ୍ସିକୋ, କାନାଡା ଭଳି ଦେଶକୁ ଟିକା ପଠାଇଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0