୨୦୨୧ ଫେବୃଆରୀ ୭ ତାରିଖରେ ଉତ୍ତରାଖଣ୍ଡରେ ହୋଇଥିବା ଜଳପ୍ରଳୟ ତାଣ୍ଡବ ଏବେ ବି ଲୋକଙ୍କ ମନରୁ ଲିଭିନି । ଏହି ପ୍ରଳୟରେ ଅନେକ ଲୋକ ନିଜ ପ୍ରାଣ ହରାଇଛନ୍ତି ଆଉ ଅନେକ ପରିବାର ଅନାଥ ମଧ୍ୟ ହୋଇଛନ୍ତି । ଏବେ ବି କିଛି ଲୋକ ନିଖୋଜ ରହିଥିବାରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ହେଲେ ଏହାରି ମଧ୍ୟରେ ଭଗବାନ ରୂପରେ ଆସି ଶ୍ରମିକଙ୍କ ସହ ଛିଡା ହୋଇଛନ୍ତି ଶ୍ରମିକଙ୍କ ଭଗବାନ । ସୋନୁ ଏବେ ପୁଣି ନିଜ ମହାନତା ଦେଖାଇଛନ୍ତି । ଉତ୍ତରାଖଣ୍ଡର ଚାମୋଲୀରେ ହୋଇଥିବା ଏହି ଜଳ ପ୍ରଳୟରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ପରିବାରକୁ ସାହାରା ଦେବେ ସୋନୁ । ଏହି ବ୍ୟକ୍ତିଙ୍କ ୪ ଜଣ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସୋନୁ । ଜଣେ ଜାତୀୟ ସ୍ତରର ସାମ୍ବାଦିକ ଏନେଇ ଟ୍ୱିଟ କରି ଏହି ଝିଅମାନଙ୍କୁ ସାହାଯ୍ୟ କରିବାକୁ ସୋନୁଙ୍କୁ ନିବେଦନ କରିଥିଲେ । ଆଉ ସୋନୁ ଟ୍ୱିଟର ରିପ୍ଲାଏ ଦେଇ କହିଥିଲେ ଏ ପରିବାର ଏବେ ମୋର । ସୋନୁଙ୍କ ଏହି ମହାନ କାମ ପାଇଁ ତାଙ୍କୁ ଏବେ ଚାରିଆଡୁ ସାବାସୀର ସୁଅ ଛୁଟୁଛି । ଉତ୍ତରାଖଣ୍ଡ ଟିହିରି ଜିଲ୍ଲାର ଆଲମ ସିଂ ପୁଡରୀ । ଆଲମ ସିଂ ପେଶାରେ ଜଣେ ଇଲେକ୍ଟ୍ରି ମେକାନିକ । ଇଲେକ୍ଟ୍ରି କାମ କରି ଆଲମ ନିଜ ପରିବାର ଚଳାନ୍ତି । ଚାମୋଲୀ ଜଳ ପ୍ରଳୟ ସମୟରେ ଆଲମଙ୍କର ମୃତ୍ୟୁ ହୋଇଥିଲା । ଆଲମଙ୍କ ମୃତ୍ୟୁରେ ତାଙ୍କ ପରିବାର ବେସାହାରା ହୋଇଯାଇଥିଲା । ଆଉ ବାପାଙ୍କୁ ହରାଇ ୪ ଝିଅ ପୁରାପୁରି ଭାଙ୍ଗି ପଡିଥିଲେ । ହେଲେ ଏହି ଚାରି ଝିଅଙ୍କୁ ଏବେ ସାହାରା ହେବେ ସୋନୁ ସୁଦ । ୪ ଜଣଙ୍କ ପାଠ ପଢାଠୁ ଆରମ୍ଭ କରି ବିବାହ ପର୍ୟ୍ୟନ୍ତ ସବୁ ଖର୍ଚ୍ଚ ଉଠାଇବେ ସୋନୁ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0