ମାଲକାନଗିରି: ମାଲକନଗିରି ଜିଲ୍ଲାରେ ବଡ ଧରଣର ନକ୍ସସ ଆକ୍ରମଣ ବିଫଳ ହୋଇଛି। କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡ ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର କର୍ତନପଲ୍ଲୀ ଗୋଗପଦର ଗାଁ ନିକଟସ୍ଥ ଜଙ୍ଗଲରେ ୧୬୦ ବିଏସଏଫ ବଟାଲିଅନ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା। ଏହି ସମୟରେ ନକ୍ସଲଙ୍କ ଦ୍ୱାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନରେ ବିସ୍ଫୋରଣ ଘଟିଥିଲା। ଏଥିରେ ଧର୍ମେନ୍ଦ୍ର ସାହୁ ନାମକ ଜଣେ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କାରାଯାଇଛି।ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ତାଙ୍କ ଗୋଡଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେପଟେ ଘଟଣାସ୍ଥଳରେ ପୁଲିସ ଓ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ଯବାନମାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ଏହି ଲ୍ୟାଣ୍ଡ ମାଇନ ଖଞ୍ଜିଥିବା ସନ୍ଦେହ କରାଯାଉଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0