ଭୁବନେଶ୍ୱର: ରାଜ୍ୟରେ ସ୍ୱାଭାବିକଠାରୁ ୨–୪ ଡିଗ୍ରୀ ତାପମାତ୍ରା ବଢିବ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ସ୍ୱାଭାବିକଠାରୁ ୨–୩ ଡିଗ୍ରୀ ତାପମାତ୍ରା କମିଥିବା ବେଳେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ତେବେ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା କମିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ମେଘମୁକ୍ତ ଆକାଶ ଯୋଗୁ ତାପମାତ୍ର ଧିରେଧିରେ ବଢ଼ିବ । ସୋମବାର ଓ ମଙ୍ଗଳବାର ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ ଏବଂ ମାଲକାନଗିରି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର ବିଶ୍ୱାସ ସୂଚନା ଦେଇଛନ୍ତି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0