ବାଲେଶ୍ୱର: ଆଜି ପରୀକ୍ଷା ହେବ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ବିକଶିତ ଭର୍ସନ VL SR-SAM(Vehicle Launcher Short Range Surface to Air Missile)। ଏହା ହେଉଛି ଭଟିକାଲ ଲଞ୍ଚ୍ଡ ସର୍ଟ ରେଞ୍ଜ ସରଫେସ ଟୁ ଏୟାର ମିସାଇଲ। ଏହି ମିସାଇଲକୁ ପ୍ରଥମଥର ପାଇଁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଗ୍ରାଉଣ୍ଡ ଟେଷ୍ଟ କରାଯିବ। ଏହାର ଲକ୍ଷ୍ୟଭେଦ କ୍ଷମତା ୨୫ରୁ ୩୦ କିଲୋମିଟର ରହିଛି । ଏଥିରେ ଆଣ୍ଟି ରାଡ଼ାର ସିଷ୍ଟମ ବ୍ୟବହାର କରାଯାଇଥିବାରୁ ଏହି କ୍ଷେପଣାସ୍ତ୍ରକୁ ଶତୃପକ୍ଷର ରାଡ଼ାର ଚିହ୍ନଟ କରିପାରି ନାହିଁ। ଅସ୍ତ୍ର’ କ୍ଷେପଣାସ୍ତ୍ରର ଲମ୍ବ ୩.୫୭ ମିଟର ଏବଂ ଓଜନ ୧୫୪ କିଲୋଗ୍ରାମ। ଏହା ଗତି ଠାରୁ ସାଢେ ୪ଗୁଣ ଅଧିକ ବେଗରେ ଗତି କରିବ। ଭାରତ ଡ଼ାୟନାମିକ ଲିମିଟେଡ଼ ଓ ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଦ୍ୱାରା ନିର୍ମିତ VL SR-SAMରେ ରକେଟ ମୋଟର ବ୍ୟବହାର କରାଯାଇଛି। ତା’ସହିତ ଏଥିରେ ଖଞ୍ଜା ଯାଇଥିବା ଡ଼େଣା ଉଡ଼ାଣ ସମୟରେ ଆବଶ୍ୟକତା ଅନୁସାରେ ବାହାର ଓ ଭିତରକୁ ଯା’ଆସ କରିପାରିବ । ଫଳରେ ଏହାକୁ ଟାର୍ଗେଟ ହିଟ କରିବାରେ ଦୃଢ ନିଶ୍ଚିତ କରାଯାଇ ପାରିବ । ଅସ୍ତ୍ର’ କ୍ଷେପଣାସ୍ତ୍ରର ଲମ୍ବ ୩.୫୭ ମିଟର ଏବଂ ଓଜନ ୧୫୪ କିଲୋଗ୍ରାମ। ଏହା ଶବ୍ଦର ଗତୀ ଠାରୁ ସାଢେ ୪ଗୁଣ ଅଧିକ ବେଗରେ ଗତି କରିବ। ଭାରତ ଡ଼ାୟନାମିକ ଲିମିଟେଡ଼ ଓ ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଦ୍ୱାରା ନିର୍ମିତ VL SR-SAMରେ ରକେଟ ମୋଟର ବ୍ୟବହାର କରାଯାଇଛି। ତା’ସହିତ ଏଥିରେ ଖଞ୍ଜା ଯାଇଥିବା ଡ଼େଣା ଉଡ଼ାଣ ସମୟରେ ଆବଶ୍ୟକତା ଅନୁସାରେ ବାହାର ଓ ଭିତରକୁ ଯା’ଆସ କରିପାରିବ । ଫଳରେ ଏହାକୁ ଟାର୍ଗେଟ ହିଟ କରିବାରେ ଦୃଢ ନିଶ୍ଚିତ କରାଯାଇ ପାରିବ । ଏହି କ୍ଷେପଣାସ୍ତ୍ରର ପ୍ରଥମ ଥର ଗ୍ରାଉଣ୍ଡ ପରୀକ୍ଷା କରାଯାଉଥିବାରୁ ୩ନଂ ଲଞ୍ଚପ୍ୟାଡ଼ର ଅଢେଇ କିଲୋମିଟର ଦୂରତା ମଧ୍ୟରେ ଥିବା ୪ଟି ପଞ୍ଚାୟତର ପ୍ରାୟ ୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0