spot_img

ବୋଲେରୋ ବାଇକ୍‌ ମୁହାଁମୁହିଁ ଧକ୍କା

ଅନୁଗୁଳ : ବୋଲେରୋ ବାଇକ୍‌ ମୁହାଁମୁହିଁ ଦୁର୍ଘଟଣାରେ ୧୦ ଗୁରୁତର ହୋଇଛନ୍ତି । ଅନୁଗୁଳ ଛେଣ୍ଡିପଦଜା ସେଣ୍ଢା ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।ଛେଣ୍ଡିପଦା ବୁଢାପାଳ ରାସ୍ତାର ଟିକିରା ପୋଲ ନିକଟରେ ଚକା ଫାଟିଯିବାରୁ ବୋଲେରୋଟି ଏକ ବାଇକ୍ କୁ ଧକ୍କା ଦେଇଥିଲା ।ଯାହାଫଳରେ କି ଏହି ଦୁର୍ଘଟଣାରେ ୧୦ ଜଣ ଗୁରୁତର ହୋଇଛନ୍ତି । ବୋଲେରୋଟି ଛେଣ୍ଡିପଦାରୁ ଦେବଗଡ଼ ଅଭିମୁଖେ ଯାଉଥିବା ବେଳେ ଚକା ଫାଟି ଯାଇଥିଲା । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଆହତଙ୍କ ଘର ଛେଣ୍ଡିପଦା ଥାନା ପାଟ୍ଟକୁମୁଣ୍ତା ଗାଁରେ ବୋଲି ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular