spot_img

ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର

ପୁଡୁଚେରୀ : ଆଜି ବିଧାନସଭାରେ ଅନୁଷ୍ଠିତ ଫ୍ଲୋର୍ ଟେଷ୍ଟ୍ରେ ନାରାୟଣସାମୀ ଭି ନାରାୟଣସ୍ୱାମୀ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ଅସମର୍ଥ ହେବାରୁ ପୁଡୁଚେରୀରେ କଂଗ୍ରେସ ସରକାରର ପତନ ଘଟିଛି। ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହୋଇଥିବା କଥା ବାଚସ୍ପତି ଭିପି ସିବକୋଲୁନ୍ଧୁ ଘୋଷଣା କରିବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି। ରବିବାର ସନ୍ଧ୍ୟାସୁଦ୍ଧା ପୁଡୁଚେରୀ ସରକାରଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ସଂଖ୍ୟା ଥିଲା ମାତ୍ର ୧୧। ଏହି କଥା ପ୍ରସଙ୍ଗରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ କହିଲେ, ବିଧାୟକମାନେ ଦଳ ପ୍ରତି ବିଶ୍ୱସ୍ତ ରହିବା ଉଚିତ। ଇସ୍ତଫା ଦେଇଥିବା ବିଧାୟକମାନେ ଜନତାଙ୍କୁ ମୁହଁ ଦେଖାଇ ପାରିବେ ନାହିଁ। କାରଣ ଜନତା ସେମାନଙ୍କୁ ସୁବିଧାବାଦୀ ବୋଲି କହିବେ। ଆସ୍ଥା ଭୋଟ୍ରେ ପରାଜିତ ହେବା ପରେ ବିଦାୟକାଳୀନ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ତାଙ୍କ ମନ୍ତ୍ରୀମାନଙ୍କ ସହ ବିଧାନସଭା ବାହାରକୁ ଚାଲିଯାଇଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular