spot_img

ଥମୁନି ମଣ୍ଡି ବିବାଦ , ଉପ-ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ

ଆନନ୍ଦପୁର : ଥମୁନି ମଣ୍ଡି ବିବାଦ। ଆନନ୍ଦପୁର ଉପଖଣ୍ଡର ସମସ୍ତ ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିକ୍ଷୋଭ। ଆନନ୍ଦପୁର ଉପ-ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଟୋକନ ପାଇଥିବା ଚାଷୀ ଧାନ ବିକ୍ରି କରିନପାରୁନାହିଁ । ରାତି ଅନିଦ୍ରା ହୋଇ ଧାନକୁ ଜଗି ରହିଛି । ସେପଟେ ବିନା ପରୀକ୍ଷଣରେ ୫-୧୦ କେଜି ଧାନ କଟାଯାଉଛି । ସମସ୍ତ ମଣ୍ଡିରେ ଚାଷୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବା, ଚାଷୀଙ୍କ ଧାନ ନକିଣି ଦଲାଲମାନେ ଧାନ କିଣିବା, ଚାଷୀଙ୍କ ବସ୍ତା ନଯୋଗାଇବା ଆଦି ଦାବି ନେଇ ଆନନ୍ଦପୁର ଏବଂ ଘଷିପୁରା ନିର୍ବାଚନ ମଣ୍ଡଳୀ ଚାଷୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭରେ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚାର ଉପାଧ୍ୟକ୍ଷ , ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁର, ଆଲୋକ ସେଠୀ ସାମିଲ ଥିଲେ । ସେହିପରି ଆନନ୍ଦପୁର, ଘଷିପୁରା ନିର୍ବାଚନ ମଣ୍ଡଳୀର ବହୁ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular