ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ମାଓବାଦୀଙ୍କ ଏକ ବଡ଼ ଧରଣର ହିଂସାକାଣ୍ଡ ଯୋଜନାକୁ ପଣ୍ଡ କଲେ ବି.ଏସ.ଏଫ ଯବାନ। ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ୩ଟି ଆଇ.ଇ.ଡିକୁ ଠାବକରି ବି.ଏସ.ଏଫ ଯବାନ ନିଷ୍କ୍ରିୟ କଲେ। ଆମାବେଡାଗାଁ ଓ ଜଙ୍ଗଲରେ ଖଞ୍ଜିଥିଲେ ଆଇ.ଇ.ଡି। ମାଓ ଦମନ ଅପରେସନରେ ଯିବାବେଳେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଖଞ୍ଜିଥିଲେ ଏହି ଆଇ.ଇ.ଡି। ଦେଖନ୍ତୁ କିଭଳି ଗଛ କୋରଡରେ ଲାଗିଛି କ୍ଲେମର ମାଇଁନ ଏବଂ ତା ପାଖାପାଖି ଟିଫିନ ବମ ଓ ଲ୍ୟାଣ୍ଡମାଇଁନ ଲଗେଇଛନ୍ତି ମାଓବାଦୀ। ଗରିଲା ଯୁଦ୍ଧର କୌଶଳ ଆପଣାଇ ଜଙ୍ଗଲ ମଧ୍ୟରେ ଲୁଚିଛପି ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ଯୋଜନା କରୁଛନ୍ତି ମାଓବାଦୀ। କିନ୍ତୁ ଏହି ଯୋଜନାକୁ ସମ୍ପୂର୍ଣ୍ଣ ପଣ୍ଡ କରିଛି ବି.ଏସ.ଏଫ ଯବାନ। ଗତକାଲି ମାଲକାନଗିରିର ଦଲଦଲି ଜଙ୍କଲରେ ବ.ଏସ.ଏଫ ଯବାନ ଅପରେସନ ବେଳେ ମାଓବାଦୀଙ୍କ ଏଭଳି ଆଇ.ଇ.ଡି ବିସ୍ପୋରଣର ଶିକାର ହେବାକୁ ପଡ଼ିଥିଲା ଏବଂ ଜଣେ ଯବାନ ଗୁରୁତର ହୋଇଥିଲେ। ତେବେ ଏଥର ଛତିଶଗଡ଼ରେ ସେହି ବି.ଏସ.ଏଫ ଯବାନ କିନ୍ତୁ ଏଭଳି ମାଓବାଦୀଙ୍କ ଚାଲକୁ ବିଫଳ କରିଛି।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0