ଖୋର୍ଦ୍ଧା: ଦୀର୍ଘ କୋଡ଼ିଏ ବର୍ଷ ପରେ ଉଦଘାଟନ ହେଲା କୋଠ ମଣ୍ଡପ । ଖୋର୍ଦ୍ଧା ଚିଲିକା ବ୍ଲକ ସୀଙ୍ଗେଶ୍ୱର ପଂଚାୟତ କିମ୍ଭୀରପଡ଼ା ଗ୍ରାମରେ ଏହି ଉଦଘାଟନ କରାଯାଇଛି । ଦୀର୍ଘ ୨୦ବର୍ଷର ବ୍ୟବଧାନର ବାଦବିବାଦ ଅନ୍ତ ଘଟାଇ ଦୁଇ ଲକ୍ଷ୍ୟ ଟଙ୍କା ବ୍ୟୟରେ ମଣ୍ଡପ ତିଆରି ହୋଇଛି । ଜିଲ୍ଲା ପରିଷଦ ଫଣ୍ଡରୁ ଖର୍ଚ୍ଚ କରାଯାଇଛି ମଣ୍ଡପର ଉଦଘାଟନ କରାଯାଇଛି । ଏହି ମଣ୍ଡପ ଉଦଘାଟନ କରିବାକୁ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଦିଲୀପ କୁମାର ମହାନ୍ତି, ଉଦଘାଟକ ସୀଙ୍ଗେଶ୍ୱର ପଂଚାୟତ ସରପଞ୍ଚ ସୁଧାକର ପ୍ରଧାନ, ସଂମ୍ମାନିତ ଅତିଥି ସମିତି ସଭ୍ୟା ମଞ୍ଜୁବାଳକ୍ଷ ପଟ୍ଟନାୟକ ଓ କିମ୍ଭୀରପଡ଼ାର ଗ୍ରାମର ଜନସାଧାରଣ ଯୋଗ ଦେଇଥିଲେ l ଆଗାମୀ ଦିନ ରେ ପାଣିର ଅସୁବିଧା ହେଉଥିବା ଯୋଗୁଁ ଜନସାଧାରଣ କିଭଳି ଭାବରେ ସୁବିଧାରେ ଜଳ ପାଇପାରିବେ ତାହାର ପ୍ରତିଶୃତି ଦେଇଥିଲେ ଜିଲ୍ଲା ପରିଷଦ ଦିଲୀପ କୁମାର ମହାନ୍ତି l



Visitors Today : 3
Total Visitors : 130184
Total Views : 9891636
Visitors Online Now : 0