spot_img

ଲାଲ କିଲ୍ଲା ହିଂସା : ଜମ୍ମୁରୁ ଗିରଫ ହେଲେ ଆଉ ୨ ଅଭିଯୁକ୍ତ

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲି ଆଳରେ କୃଷକ ମାନଙ୍କ ଦ୍ୱାରା ଲାଲ କିଲ୍ଲାରେ ହୋଇଥିବା ହିଂସାର ତଦନ୍ତ ଜାରି ରଖିଛି ପୋଲିସ । ଏହି ହିଂସାରେ ସାମିଲ ଥିବା ଅଭିଯୁକ୍ତ ମାନଙ୍କୁ ଧରିବାକୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଖୋଳତାଡ ଜାରି ରଖିଛି । ଖୋଳତାଡ ବେଳେ କିଛି ଅଭିଯୁକ୍ତ ଧରାପଡିଥିବା ବେଳେ ଆହୁରି କିଛି ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ପ୍ରୟାସ କରୁଛି । ଏହି କ୍ରମରେ ଦିଲ୍ଲୀ ପୋଲିସ ଜମ୍ମୁରୁ ଆଉ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ମହିନ୍ଦରସିଂ ଖଲସା ଓ ମନଦୀପ୍ ସିଂ । ପୋଲିସର ସୂଚନା ମୁତାବକ ଏମାନେ ଜାନୁଆରୀ ୨୬ ଲାଲକିଲ୍ଲା ହିଂସା ପାଇଁ ଷଡଯନ୍ତ୍ର ରଚନା କରିଥିଲେ । ପୋଲିସ କହିଛି କି ଗିରଫ ହୋଇଥିବା ୨ ଜଣ ଯାକ ଜମ୍ମୁରେ ରୁହନ୍ତି । ମହିନ୍ଦରସିଂ ୟୁନାଇଟେଡ କାଶ୍ମୀର ଫ୍ରଣ୍ଟର ଅଧ୍ୟକ୍ଷ ବୋଲି କୁହାଯାଭଉଥିବା ବେଳେ ଜମ୍ମୁ-କାଶ୍ମୀର ପୋଲିସ ସହାୟତାରେ ସେମାନଙ୍କୁ ଗିରଫ କରାଯାଇଛି । ଗିରଫ ପରେ ସେମାନଙ୍କୁ ଦିଲ୍ଲୀ ଅଣାଯାଇଛି । ଏବେ ସେମାନଙ୍କୁ କୋର୍ଟରେ ହାଜର କରି ପୋଲିସ ରିମାଣ୍ଡରେ ନେବ ବୋଲି ଜଣାପଡିଛି । ଏହାପୂର୍ବରୁ ଜାନୁଆରୀ ୨୬ ତାରିଖରେ ଲାଲକିଲ୍ଲାରେ ଖଣ୍ଡା ବୁଲାଇଥିବା ଅଭିଯୁକ୍ତ ଜସପ୍ରୀତ୍ ସିଂକୁ ବି ପୋଲିସ ଗିରଫ କରିଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular