ନୀଳଗିରି: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନ ଜଗମୋହନପୁର ଦନ୍ତା ଉପଦ୍ରବ । କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ମଣିଷ ମାରୁଛି ଦନ୍ତା ।ଗତ ୧୬ ତାରିଖ ବିଳମ୍ବିତ ରାତିରେ ଜଗମୋହନପୁର ଗାଁରେ ପଶି ଜାନକୀ ପ୍ରଧାନଙ୍କୁ ଘରୁ ଟାଣିନେଇ କଚାଡି ମାରିଥିବା ବେଳ ମଙ୍ଗଳବାର ବିଳମ୍ବିତ ରାତିରେ ସଲେଇକେନା ଗାଁରେ ପଶି ଏକର ଏକର ବିଲାତି ଫସଲ ନଷ୍ଟ କରିଛି । ଏହା ସହ ଚାଷୀ କନକ କିଶାନ ଓ ରାଜୀବ କିଶାନଙ୍କ ସାଇକେଲ ଓ ପାଣି ପମ୍ପକୁ କଚାଡି ଭାଙ୍ଗି ଦେଇଛି ।ବିକ୍ରି ପାଇଁ ରଖା ଯାଇଥିବା ବିଲାତି ଗୁଡିକୁ ଦନ୍ତା ଦଳିଚକଟି ନଷ୍ଟ କରିପକାଇଛି । ଫସଲ ଜଗିବା ପାଇଁ ତିଆରି ହୋଇ ଥିବା ଦୁଇଟି ମଞ୍ଚା କୁ ମଧ୍ୟ ଭାଙ୍ଗି ଦେଇଛି । ଆହୁରି ମଧ୍ୟ ରାତିରେ ଦୁଇଜଣ ଚାଷୀ ସର୍ମ୍ପକୀୟଙ୍କ ବାହାଘର ଭୋଜିରେ ଯୋଗଦେବାକୁ ଯାଇଥିବାରୁ ହାତୀ କବଳରୁ ଅଳ୍ପକେ ବର୍ତିଯାଇଥିଲେ । ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ।ବାରମ୍ବାର ହାତୀ ଉପଦ୍ରବ ଯୋଗୁଁ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ ହେଉଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0