spot_img

କର୍ଲାପାଟ ହାତୀ ମଡକ, ଲାଗିବ ୨୮ଟି ଟ୍ରାପ କ୍ୟାମେରା

କଳାହାଣ୍ଡି: କର୍ଲାପାଟରେ ୭ ହାତୀ ମଡକ ପରେ ତନାଘନା । କର୍ଲାପାଟ ଫରେଷ୍ଟର ଓ ଦୁଇ ଫରେଷ୍ଟ ଗାର୍ଡଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଅଭୟାରଣ୍ୟରେ ଲାଗିବ ୨୮ଟି ଟ୍ରାପ କ୍ୟାମେରା । ପୂର୍ବରୁ ୧୬ ଟି ଟ୍ରାପ କ୍ୟାମେରା ଲାଗିଥିବା ବେଳେ, ଆଜି ଆହୁରି ୧୨ ଟି ଟ୍ରାପ କ୍ୟାମେରା ଲାଗିବ ବୋଲି ଡିଏଫଓ ଟି ଅଶୋଷ କୁମାର ସୂଚନା ଦେଇଛନ୍ତି ।

ସେପଟେ କାର୍ଯ୍ୟରେ ଅବହେଳା ନେଇ ଗତକାଲି ନିଲମ୍ବିତ ହୋଇଥିଲେ କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ । ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରିଙ୍କୁ ନିଲମ୍ବିତ କରିଥିଲା ପ୍ରାଣୀ ସମ୍ପଦ ବିଭାଗ । ଗୃହପାଳିତ ପଶୁଙ୍କୁ ଟିକାକରଣରେ ଅବହେଳା ପାଇଁ ନିଲମ୍ବନ କରାଯାଇଥିଲା । ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ୩ ଜଣିଆ କେନ୍ଦ୍ରୀୟ ଟିମ୍ କର୍ଲାପାଟ ଅଭୟାରଣ୍ୟରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ଅଭୟାରଣ୍ୟରେ ଗତ ୨୦ ଦିନ ମଧ୍ୟରେ ୭ଟି ହାତୀଙ୍କର ମୃତ୍ୟୁ ହେଲାଣି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular