ବାଲେଶ୍ୱର : ସାନ ପୁଅ ଘରକୁ ସବୁବେଳେ ନିଶାସକ୍ତ ହୋଇ ଫେରୁଥିଲା । ଯାହାଫଳରେ ସର୍ବଦା ଘରେ ଅଶାନ୍ତି ଲାଗିରହୁଥିଲା । ଶେଷରେ ଦିନେ ପୁଅର ନିର୍ଯାତନାରେ ଅତିଷ୍ଠ ହୋଇ ମାରିଦେଲା ତା ଜନ୍ମ କଲା ମା । ଘଟଣା ସଂପର୍କରେ କେହି ଯେପରି ଜାଣି ନପାରିବେ, ସେଥିପାଇଁ ଗାତ ଖୋଳି ଘର ଭିତରେ ମୃତଦେହକୁ ପୋତି ଦେଲେ । ଏଥିରେ ସହଯୋଗ କରିଥିଲେ ତାଙ୍କ ବଡ଼ ପୁଅ। ହେଲେ ଘଟଣାର ୧୧ ଦିନ ପରେ ବଡ଼ ଭାଇ ମୃତ ସାନ ଭାଇର ପିଣ୍ଡଦାନ କରିବା ପରେ ସାମ୍ନାକୁ ଆସିଥିଲା ସତ। ଆଉ ବନ୍ଧା ହେଲେ ମା’, ପୁଅ। ବାଲେଶ୍ୱର ଜିଲ୍ଲା ସୋର ଥାନା ବାହାନଗାରେ ଘଟିଛି ଏଭଳି ଜଘନ୍ୟ ଅପରାଧ ।
ମୃତ ଯୁବକଙ୍କ ନାଁ ବଳରାମ ଜେନା। ତାଙ୍କ ମା’ଙ୍କ ନାଁ ସୁକୁରୀ ନା ଓ ବଡ଼ ଭାଇ ନାଁ ଜଗବନ୍ଧୁ ଜେନା। ସ୍ଥାନୀୟ ଉଚ୍ଛାପୁରରେ ସେମାନେ ରହନ୍ତି। ବଳରାମଙ୍କୁ ହତ୍ୟା କରିଥିବା କଥା ପୁଲିସ୍ ଆଗରେ ସ୍ୱୀକାର କରିଛି ଜଗବନ୍ଧୁ।ଘରୋଇ ଯୁକ୍ତିତର୍କରୁ ଉତ୍ତ୍ୟକ୍ତ ହୋଇ ସୁକୁରୀ ଏକ ଶାବଳରେ ପିଟିଦେବାରୁ ବଳରାମଙ୍କ ମୃତ୍ୟୁ ଘଟିଥିଲା। ତେବେ ପୁଲିସ୍ ଡରରେ ସୁକୁରୀ ଓ ତାଙ୍କ ବଡ଼ ପୁଅ ଘର ଭିତରେ ଗାତ ଖୋଳି ମୃତଦେହକୁ ପୋତି ଦେଇଥିଲେ। ତେବେ ଘଟଣାର ୧୧ ଦିନ ପରେ ଜଗବନ୍ଧୁ କୋଲକାତା ଯାଇ ମୃତ ଭାଇର ପିଣ୍ଡଦାନ କରିବା ପରେ କଥା ପ୍ରଘଟ ହୋଇଥିଲା । ଅଭିଯୁକ୍ତ ଜଗବନ୍ଧୁ କହିଛନ୍ତି, ବଳରାମ ସବୁବେଳେ ମଦପିିଇ ମାରପିଟ କରୁଥିଲା। ଘଟଣା ଦିନ ସେ ଶାବଳରେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ମା’ ତା ହାତରୁ ଶାବଳ ଛଡ଼ାଇ ଆଣିଥିଲା ଓ ସେଥିରେ ତାକୁ ପାହାରେ ଦେଇଥିଲା। ଫଳରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା। ଏହା ପରେ ପୁଲିସ୍ ଭୟରେ ଆମେ ମୃତଦେହକୁ ଘର ଭିତରେ ପୋତି ଦେଇଥିଲୁ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0