ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତ ଏହାର ଏୟାରସ୍ପେସ ବ୍ୟବହାର କରିବାକୁ ଅନୁମତି ଦେଇଛି। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଭାରତ ସରକାର ଇମ୍ରାନ ଖାନଙ୍କ ବିମାନକୁ ଭାରତୀୟ ଆକାଶ ସୀମା ଦେଇ ଯିବାକୁ ଅନୁମତି ଦେଇଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ଇମ୍ରାନ ଖାନଙ୍କ ସହ କ୍ୟାବିନେଟ ପ୍ରତିନିଧି ମଣ୍ଡଳୀ ଏବଂ ବରିଷ୍ଠ ଅଧିକାରୀ ମଧ୍ୟ ଶ୍ରୀଲଙ୍କା ଗସ୍ତରେ ଯିବେ । ତାଙ୍କର ଦୁଇ ଦିନିଆ ଗସ୍ତ ସମୟରେ ସେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ଏବଂ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ଭେଟିବେ। ଇମ୍ରାନ ଖାନଙ୍କ ଏହି ଗସ୍ତ ଏପରି ଏକ ସମୟରେ ହେବାକୁ ଯାଉଛି, ଯେତେବେଳେ ପାକିସ୍ତାନ ଅର୍ଥନୀତି ଦୁର୍ବଳ ସ୍ଥିତିରେ ଅଛି । ଅନ୍ୟପଟେ ଶ୍ରୀଲଙ୍କା ଏହାର ସଂସଦରେ ଇମ୍ରାନ ଖାନଙ୍କ ପ୍ରସ୍ତାବିତ ଭାଷଣକୁ ବାତିଲ କରିଦେଇଛି।



Visitors Today : 1
Total Visitors : 130434
Total Views : 9891965
Visitors Online Now : 0