ବେଙ୍ଗାଲୁରୁ: ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ ଘଟି ୬ ଶ୍ରମିକ ଆଖି ବୁଜିଥିବା ବେଳେ ଆହୁରି ଅନେକ ଗୁରୁତର ହୋଇଛନ୍ତି। ଆଜି ଏପରି ଏକ ଦୁଃଖଦ ଘଟଣା ଘଟିଛି କର୍ଣ୍ଣାଟକର ଚିକାବଲାପୁର ଜିଲ୍ଲା ସ୍ଥିତ ହିରେନାଗାଭାଲି ପଥର ଖାଦାନରେ। ଖାଦାନରେ ପଥର ଫଟାଇବା ପାଇଁ ଥିବା ଜିଲେଟିନ ଷ୍ଟିକକୁ ସ୍ଥାନାନ୍ତର କରାଯାଉଥିବାବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ଖାଦାନରେ କାମ କରୁଥିବା ୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତଦେହଗୁଡ଼ିକ ଖଣ୍ଡବିଖଣ୍ଡିତ ହୋଇ ଯାଇଥିବାରୁ ଚିହ୍ନିବା ସମ୍ଭବ ହେଉନାହିଁ। ପଥର ଲୋଡିଂ ପାଇଁ ଖଣିକୁ ଆସିଥିବା ଟ୍ରକ ଡ୍ରାଇଭର ଓ ଅନ୍ୟ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ମନ୍ତ୍ରୀ ସୁଧାକର, ଜିଲ୍ଲାପାଳ, ଏସପି ଓ ରାଜସ୍ୱ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ଖଣିରେ ବେଆଇନ ଭାବେ ଜିଲେଟିନ ବ୍ୟବହାର କରାଯାଉଥିଲା ବୋଲି ମନ୍ତ୍ରୀ କହିଛନ୍ତି। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବି. ଏସ. ୟେଦିୟୁରପ୍ପା ନିର୍ଦ୍ଦେଶ ଦେଇଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0