କେନ୍ଦୁଝର: ବ୍ୟବସାୟୀଙ୍କ ଠାରୁ ୫ଲକ୍ଷ୍ୟଟଙ୍କା ଲୁଟ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ନିକଟରେ ଘଟିଛି ଘଟଣା । ଶନିବାର ଦିନ ରାତିରେ ଜଣେ ବ୍ୟବସାୟୀ ଠାରୁ ୫ ଲକ୍ଷ୍ୟ ଟଙ୍କା ଲୁଟ ଘଟଣାରେ ଜଣେ ଅଭିଯୁକ୍ତକୁ ଆଜି ଘଟଗାଁ ପୋଲିସ ଗିରଫ କରିଛି । କେନ୍ଦୁଝର ଆଇଟିସି କମ୍ପାନୀର ଡିଷ୍ଟ୍ରିବ୍ୟୁଟର ଆଶୁତୋଷ ଅଗ୍ରବାଲଙ୍କ ମ୍ୟାନେଜର ସରତ ବାରିକ ଏହି ଲୁଟର ଶୀକାର ହୋଇଛନ୍ତି । ସେ ଦୁଇଜଣ ଶ୍ରମିକଙ୍କ ସହ ଏକ ଗାଡିରେ ଘଟଗାଁ ଓ ହରିଚନ୍ଦନପୁର ଅଂଚଳର ବ୍ୟବସାୟୀଙ୍କ ଠାରୁ ଟଙ୍କା କଲେକସନ କରି ରାତିରେ ଫେରୁଥିବା ସମୟରେ ୪ ଜଣ ଦୁର୍ବୁତ କାରରେ ଆସି ଶରତଙ୍କୁ ଖଣ୍ଡାରେ ଆକ୍ରମଣ କରି ଟଙ୍କା ଭର୍ତି ବ୍ୟାଗକୁ ନେଇ ଫେରାର ହୋଇଯାଇଥିଲେ । ଏନେଇ ଘଟଗାଁ ଥାନାରେ ଏକ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ମୟୁରଭଞ ଜିଲ୍ଲା ରରୁଆଁ ଥାନା ଅଂଚଳରୁ ଜଣେ ଉଗ୍ରସନ ବାନସିଂ ନାମକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଠାରୁ ଏକ ମାରୁତି କାର ଓ ୧ଲକ୍ଷ ଟଙ୍କା ଜବତ କରାଯାଇଥିବା ନେଇ ଘଟଗାଁ ଏସଡିପିଓ ରବିନ୍ଦ୍ର ମଲ୍ଲିକ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି । ଅନ୍ୟ ଅଭିଯୁକ୍ତ ମାନେ ଏବେବି ଫେରାର ଥିବା ଜଣାପଡିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0