ନେପାଳ: ନେପାଳରୁ ଚୋରାରରେ ଭାରତ ଆସୁଛି ପେଟ୍ରୋଲ ଓ ଡିଜେଲ । ଆମ ଦେଶରେ ପ୍ରତିଦିନ ତେଲଦର ବଢି ଚାଲିଥିବା ବେଳେ, ଭାରତ ଉପରେ ତେଲ ଚାହିଦା ପାଇଁ ନିର୍ଭରଶୀଳ ନେପାଳ ପୁଣି ଭାରତକୁ କରୁଛି ତେଲ ଚୋରାଚାଲାଣ । ବିଶେଷ କରି ଟିକସରେ ରହିଥିବା ଭିନ୍ନତା କାରଣରୁ ନେପାଳରେ ତେଲ ଶସ୍ତାରେ ମିଳୁଛି । ଆଉ ନେପାଳରୁ ସ୍ଥଳଭାଗ ଦେଇ ଟ୍ୟାଙ୍କର ଜରିଆରେ ଭାରତକୁ ପେଟ୍ରୋଲ ଓ ଡିଜେଲ ଚୋରାଚାଲାଣ ହେଉଛି। ଗତ ସପ୍ତାହରେ ଚୋରାଚାଲଣ କରାଯାଉଥିବା ଏକ ତେଲ ଟ୍ୟାଙ୍କରକୁ ପୋଲିସ ଜବତ କରିଥିଲା । ଏଥିରେ ୧ ହଜାର ୩୬୦ ଲିଟର ଡିଜେଲ ଥିବା ପୋଲିସ ପକ୍ଷରୁ କୁହାଯାଇଥିଲା । ଭାରତରେ କେତେକ ସ୍ଥାନରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କାରେ ପହଂଚି ଯାଇଛି । କୁହାଯାଉଛି ଦକ୍ଷିଣ-ପୂର୍ବ ଏସୀୟାରେ ଏହା ସର୍ବାଧିକ । ତେଣୁ ପେଟ୍ରୋଲ, ଡିଜେଲର ଚୋରାଚାଲାଣ ଆରମ୍ଭ ହୋଇଯାଇଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0