ଟୁଲକିଟ ମାମଲାରେ ଗିରଫ ହୋଇଥିବା ପରିବେଶ କର୍ମୀ ଦିଶାରବିଙ୍କୁ ପଟିଆଲା ହାଉସ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୧ ଲକ୍ଷ ଟଙ୍କା ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଆଜି କୋର୍ଟରେ ଶୁଣାଣି ବେଳେ ପୋଲିସ ଦିଶାରବିଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ ଅପିଲ କରିଥିବା ବେଳେ ଏହାକୁ ଖାରଜ କରିଦେଇଥିଲେ କୋର୍ଟ । ସୋମବାର ଦିନ ଦିଶାରବିଙ୍କୁ ପଟିଆଲା ହାଉସକୋର୍ଟରେ ହାଜର କରିଥିଲା ପୋଲିସ । ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ସେଲ କୋର୍ଟରେ କହିଥିଲେ କି ଦିଶାରବିଙ୍କ ସହ ଏହି ମାମଲାରେ ଶାନ୍ତୁନ ଓ ନିକିତା ଜାକବ ବି ଅଭିଯୁକ୍ତ ଅଟନ୍ତି । ଦିଶାରବି ବି ପଚରା ଉଚରା ବେଳେ ଶାନ୍ତୁନ ଓ ନିକିତାଙ୍କ ନାମ କହିଥିଲା । ଏହାକୁ ନେଇ ପୋଲିସ କହିଥିଲା କି ଏହି ୩ ଜଣଙ୍କୁ ଏକା ସାଙ୍ଗରେ ଜେରା କରିବାର ଆବଶ୍ୟକତା ରହିଛି । ହେଲେ ଶାନ୍ତୁନଙ୍କୁ ପଟିଆଲା କୋର୍ଟ ୧୦ ଦିନିଆ ଟ୍ରାନଜିଟ ବେଲ ଦେଇଥିବା ବେଳେ ନିକିତା ଜାକବଙ୍କୁ ହାଇକୋର୍ଟ ୩ ସପ୍ତାହ ପର୍ୟ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0