ଗୁଜରାଟରେ ଚାଲିଛି ନଗର ନିଗମ ନିର୍ବାଚନର ଭୋଟ ଗଣତି ।ଅହମ୍ମଦାବାଦ ସମେତ ୬ ମହାନଗରର ୫୭୬ ସିଟରେ ମତଦାନ ହୋଇଥିଲା ।ଶାସକ ଦଳ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ନିର୍ବାଚନକେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ତେବେ ପ୍ରଥମ ଥର ନଗର ନିଗମ ନିର୍ବାଚନରେ ଲଢିଥିବା ଆମ୍ ଆଦମୀ ପାର୍ଟି ଓ ଏଆଇଏମଆଇଏମ ମଧ୍ୟ ଆଶାନୁରୂପକ ପ୍ରଦର୍ଶନ କରିଛି । ଏବେବି ଭୋଟ୍ ଗଣତି ଜାରି ରହିଛି । ଅହମ୍ମଦାବାଦରେ ଭୋଟ୍ ଗଣତି ଜାରି ରହିଛି । ଏଠାରେ ଅସଦୁଦ୍ଦୀନ ଓଓ୍ୱେସୀଙ୍କ ଦଳ ୪ଟି ଆସନରେ ଆଗୁଆ ଥିବା ବେଳେ ଆପ୍ ୧୨ଟିରେ ଆଗୁଆ ରହିଛି । ବିଜେପି ୪୩ଟି ଆସନରେ ଆଗୁଆ ଅଛି । ସେହିପରି କଂଗ୍ରେସ ୫ଟିରେ ଆଗୁଆ ଅଛି ।ରାଜକୋଟରେ ମଧ୍ୟ ୧୪ଟି ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । କେବଳ ୨ଟି ଆସନରେ କଂଗ୍ରେସ ଭଲ ପ୍ରଦର୍ଶନ କରୁଛି । ସେହିପରି ସୁରଟରେ ବିଜେପି ୧୬, କଂଗ୍ରେସ ୫ଟି ଆସନରେ ଆଗୁଆ ଅଛନ୍ତି । ଏଠାରେ ଆମ୍ ଆଦମୀ ପାର୍ଟି ମଧ୍ୟ ୩ଟି ଓ୍ୱାର୍ଡରେ ଆଗୁଆ ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0