ପ୍ରତିଦିନ ରେକର୍ଡ ଭାଙ୍ଗୁଛି ତେଲ ଦର। ଦୁଇ ଦିନର ବ୍ରେକ ପରେ ଆଜି ପୁଣି ହାଇସ୍ପୀଡ୍ରେ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ୨୫ ପଇସା ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ଘଟିଛି। ଫଳରେ ଦେଶର ଅନେକ ସହରରେ ତେଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି।ପୂର୍ବରୁ ପ୍ରିମିଅମ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି। ଦର ବଢ଼ିବା ଯୋଗୁଁ ଏବେ ସାଧାରଣ ପେଟ୍ରୋଲ ମଧ୍ୟ ସେଞ୍ଚୁରୀ ମାରିଛି। ରାଜସ୍ଥାନର ଶ୍ରୀଗଙ୍ଗାନଗର, ମଧ୍ୟପ୍ରେଦଶର ଅନୁପପୁର ଭଳି ସ୍ଥାନରେ ସାଧାରଣ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି। ନୂଆ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ବୃଦ୍ଧି ଘଟିବା ଯୋଗୁଁ ୯୦ ଟଙ୍କା ୯୩ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ୮୧ ଟଙ୍କା ୩୨ ପଇସା ରହିଛି। ମାୟା ନଗରୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କା ୩୪ ପଇସା ଥିବା ବେଳେ ଡିଜେଲ ୮୮ ଟଙ୍କା ୪୪ ପଇସାରେ ପହଞ୍ଚିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0