spot_img

ରାଇରଙ୍ଗପୁର: ୬.୭୦ଗ୍ରାମ ବ୍ରାଉସ ସୁଗାର ଜବତ, ଜଣେ ଗିରଫ

ରାଇରଙ୍ଗପୁର: ଗତକାଲି ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ରୁ ବ୍ରାଉନସୁଗାର ଜବତ। ୦୬.୭୦ ଗ୍ରାମର ବ୍ରାଉନ ସୁଗର ଜବତ କରିବା ସହ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି ରାଇରଙ୍ଗପୁର ଟାଉନ ଥାନା ପୋଲିସ । ଅଭିଯୁକ୍ତ ଯୁବକ ଜଣକ ହେଲା ଝାଡଖଣ୍ଡ ରାଜ୍ୟର ଆଦିତ୍ୟପୁରର ଅବଦୁଲ କୁଏମ । ଉକ୍ତ ଯୁବକ ଜଣକ ଝାଡଖଣ୍ଡରୁ ଆସି ରାଇରଙ୍ଗପୁର ଅଞ୍ଚଳରେ ପୂର୍ବରୁ ବ୍ରାଉନସୁଗାର ବିକ୍ରି କରିଆସୁଥିବା ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଟ୍ରାକିଂ ଚଳାଇଥିଲା । ରାଇରଙ୍ଗପୁର ଟାଉନ ଥାନା କେଶ ନଂ ୩୦/ ୨୦.୦୨.୨୧ ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular