spot_img

ପେଟ୍ରୋଲ ଓ ଡ଼ିଜେଲକୁ ଜିଏସଟି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କଲେ ଲୋକଙ୍କୁ ମିଳିବ ଫାଇଦା : ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : କ୍ରମାଗତ ଭାବେ ପେଟ୍ରୋଲ ଓ ଡ଼ିଜେଲର ଦର ବୃଦ୍ଧି ହେବାରେ ଲାଗିଛି । ଏହି ସମୟରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ କହିବା ଅନୁଯାୟୀ , ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ପାଇଁ ଜିଏସଟି କାଉନସିଲକୁ ଅନୁରୋଧ କରାଯାଇଛି । ଯାହାଫଳରେ ଏହି ବାବଦରେ ଜନସାଧାରଣଙ୍କୁ ଫାଇଦା ମିଳିବ । କିନ୍ତୁ ଏବେ ପର୍ଯ୍ୟନ୍ତ ଜିଏସଟି କାଉନସିଲଙ୍କ କୌଣସି ପଦକ୍ଷପ ନେଇ ନାହାନ୍ତି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି , ବିକାଶ କାର୍ଯ୍ୟରେ ଟିକସ ପଇସାକୁ ବ୍ୟବହାର କରାଯାଉଛି ।

ବିଶ୍ୱମାରୀ କରୋନା ସମୟରେ ପେଟ୍ରୋଲ-ଡ଼ିଜେଲ ଉପରୁ ଆଦାୟ ହୋଇଥିବା କେନ୍ଦ୍ରୀୟ ଟିକସରେ କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସେହିଭଳି କେବଳ ସ୍ୱାସ୍ଥ୍ୟ ବ୍ୟବବରାଦ ୧୩୭ ପ୍ରତିଶତ ଅଧିକ କରାଯାଇଛି । ବର୍ତ୍ତମାନ ଏ ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଦାୟିତ୍ୱ ଜିଏସଟି କାଉନସିଲଙ୍କର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular