ପ୍ୟାଙ୍ଗଙ୍ଗରୁ ପଛକୁ ହଟିଲା ଚୀନ । ନିଜର ଶତାଧିକ ସୈନ୍ୟଙ୍କୁ ନେଇ ପ୍ୟାଙ୍ଗଙ୍ଗ ହ୍ରଦର ଠିକ ଉତ୍ତର ଦିଗରେ ଥିବା ରୁତଗ ଅଞ୍ଚଳରେ ନିଜ ଗତିବିଧି ବଢ଼ାଇଛି ଡ୍ରାଗନ। ତାଜା ସାଟେଲାଇଟ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି। ଏହି ଚିତ୍ର ସାମ୍ନାକୁ ଆସିବା ପରେ ଚୀନର ଚାଲାକି ଧରାପଡିଛି।ଲଦାଖ ସୀମାରେ ଚୀନ ଏବଂ ଭାରତ ମଧ୍ୟରେ ବିବାଦ ଧୀରେ ଧୀରେ ଶାନ୍ତ ପଡିଛି । ଉଭୟ ଦେଶର ସୈନ ପ୍ୟାଙ୍ଗଙ୍ଗ ହ୍ରଦରୁ ପଛକୁ ହଟିଛନ୍ତି। ତେବେ ପ୍ୟାଙ୍ଗଙ୍ଗରୁ ଚୀନ ନିଜର ଯେଉଁ ସୈନ୍ୟମାନଙ୍କୁ ହଟାଇଛି ସେମାନଙ୍କୁ ରୁତଗରେ ଆଣି ଥଇଥାନ କରାଇଛି। ପ୍ୟାଙ୍ଗଙ୍ଗ ହ୍ରଦଠାରୁ ରୁତଗ ପ୍ରାୟ ୧୦୦ କିଲୋମିଟର ଏବଂ ମାଲଡାରୁ ଏହା ପ୍ରାୟ ୧୧୦ କିଲୋମିଟର ଦୂରରେ ଅବସ୍ଥିତ। ଯେତେବେଳେ ଭାରତ ଓ ଚୀନ ମଧ୍ୟରେ ବିବାଦ ହେଲା ସେବେଠୁ ଏହି ଅଞ୍ଚଳରେ ବେସ୍ ପାଇଁ କାମ ଚାଲିଥିଲା । ଭବିଷ୍ୟତରେ କେବେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ହେଲେ ଏହି ଅଞ୍ଚଳ ଚୀନ ପାଇଁ ଯୁଦ୍ଧ ବେସ୍ ଭାବେ କାମ କରିବ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0