ସାମ୍ନାକୁ ଆସିଲା ଫିଲ୍ମ ‘ରୂହୀ’ ର ପ୍ରଥମ ଗୀତ । ଗୀତରେ ବଲିଉଡ୍ ଆକ୍ଟ୍ରେସ୍ ଜାହ୍ନବୀ କପୁର, ଆକ୍ଟର ରାଜ କୁମାର ରାଓ ଏବଂ ବରୁଣ ଶର୍ମା ଙ୍କୁ ଦେଖିବାକୁ ମିଳିଛି । ଏହି ଗୀତରେ ମୁଖ୍ୟ ଆକର୍ଷଣ ସାଜୁଛି ଜାହ୍ନବୀ କପୁରଙ୍କ ଡ୍ୟାନ୍ସ। ଏହାକୁ ଦର୍ଶକ ଏତେ ଅପେକ୍ଷା କରିଥିଲେ ଯେ ରିଲିଜ୍ ହେବାର ମାତ୍ର କିଛି ସମୟ ଭିତରେ ଏହି ଗୀତ ଇଣ୍ଟରନେଟରେ ଧମାଲ ମଚାଉଛି। ମାତ୍ର କିଛି ଘଣ୍ଟାରେ ଏହି ଭିଡିଓକୁ ୧୧ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି। ଗୀତକୁ ସଚିନ୍ ଜିଗର କମ୍ପୋଜ୍ କରିଥିବା ବେଳେ ଏହାର ଲିରିକ୍ସ ଅମିତାଭ ଭଟ୍ଟାଚାର୍ୟ୍ୟ ଲେଖିଛନ୍ତି । କିଛିଦିନ ପୂର୍ବେ ଫିଲ୍ମ ‘ରୂହୀ’ର ଟ୍ରେଲର ରିଲିଜ୍ କରାଯାଇଥିଲା। ଟ୍ରେଲରରେ ଜାହ୍ନବୀ କପୁର ଜଣେ ଚୁଡେଲ ଭୂମିକାରେ ନଜର ଆସୁଛନ୍ତି।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0