spot_img

ଗେହଲଟ ଯୋଗାଇଲେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କୋଭିଡ ମୁକାବିଲା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ବେକାରଙ୍କ ରୋଜଗାର ପାଇଁ ୫୦ ହଜାର ଟଙ୍କାର ସୁଧମୁକ୍ତ ରୁଣ ଘୋଷଣା କରାଯାଇଛି । ଏହା ସହ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁବିଧା ଯୋଗାଇ ଦିଆଯିବା ସମ୍ପର୍କରେ ବଜେଟରେ ଉଲ୍ଲେଖ କରାଯାଇଛି । ଅନ୍ୟପଟେ ଏହି ବ୍ୟବସ୍ଥା ଆସନ୍ତା ବର୍ଷ ଠାରୁ ଲାଗୁ ହେବ ବୋଲି ସରକାର କହିଛନ୍ତି । ଏହା ସହ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ରାଜ୍ୟର ୨୫ ଜିଲ୍ଲା ମୁଖ୍ୟାଳୟରେ ନର୍ସିଂ ମହାବିଦ୍ୟାଳୟ ଖୋଲିଯିବା ଲାଗି ସରକାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular