ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ପିହୁ ନିଖୋଜ ମାମଲା । ଯାଜପୁରର ବହୁଚର୍ଚ୍ଚିତ ଘଟଣା ପିହୁ ନିଖୋଜ ମାମଲା ଚାପିବାକୁ ପଡୁଛି ଚାପ । ପିହୁ ପରିବାର ଉପରେ ପୋଲିସର ଦବଙ୍ଗଗିରି ନଜରକୁ ଆସିଛି । ପିହୁ ମା କୁ ଉଠାଇନେଲା ପୋଲିସ । ପିହୁ ନିଖୋଜ ମାମଲାରେ ନ୍ୟାୟ ବଦଳରେ ମାମଲା ଚାପିବାକୁ ଚେଷ୍ଟା କରାଯାଉଛି । ବସ୍ ଅଟକାଇ ଜୋରଜବରଦସ୍ତ ଭୁବନେଶ୍ୱର ଆସୁଥିବା ପିହୁ ମାଙ୍କୁ ଉଠାଇନେଇଛି ପୋଲିସ । କଟକ ବାଦାମବାଡ଼ିରୁ ପୋଲିସ ଉଠାଇନେଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ କଟକ ଚାଉଳିଆଗଞ୍ଜ ଥାନାରେ ପିହୁ ମାଙ୍କୁ ଅଟକ ରଖିଛି ପୋଲିସ। ପୋଲିସ ଉଠାଇ ନେଇଥିବା ସ୍ପଷ୍ଟ କରିଛନ୍ତି ନିଜେ ପିହୁଙ୍କ ମା । ୭ ମାସ ହେଲା ପିହୁକୁ ଖୋଜିବା ବଦଳରେ ପରିବାର ଉପରେ ଅତ୍ୟାଚାର କରାଯାଉଥିବା ପିହୁଙ୍କ ମା ଅଭିଯୋଗ କରିଛନ୍ତି । ସେପଟେ ପିହୁ ମାଙ୍କ ସହ ତାଙ୍କ କୁନି ପୁଅକୁ ମଧ୍ୟ ଅଟକ ରଖାଯାଇଛି । ମନା କରିବା ପରେ ବି ପିହୁଙ୍କ ମାଙ୍କୁ ଜୋରଜବରଦସ୍ତ ବସରୁ ଓହ୍ଳାଇ ଦିଆଯାଇଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0