spot_img

ବଢୁଛି କରୋନା ସଂକ୍ରମଣ, ମାର୍ଚ୍ଚ ୮ ଯାଏଁ ନାଇଟ୍ କର୍ଫ୍ୟୁ ଜାରି

ନୂଆଦିଲ୍ଲୀ: ଦିନକୁ ଦିନ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ କିଛି ଦିନ ମଧ୍ୟରେ କୋଭିଡ୍ ୧୯ ର ସଂକ୍ରମଣ ବୃଦ୍ଧି ହେତୁ ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ରାତି ୧୧ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ଏହି କର୍ଫ୍ୟୁ ଜାରି କରାଯାଇଛି । ଏହା ମାର୍ଚ୍ଚ ମାସ ୮ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ । ପୋଲିସ କମିଶନର ନିଖିଲ ଗୁପ୍ତାଙ୍କ ସୂଚନା ଅନୁସାରେ ପ୍ରଶାସନିକ ଅଧିକାରୀ ନାଗଗିର ମଞ୍ଚ ଏବଂ ପୋଲିସ ଅଧିକାରୀଙ୍କ ସହ ବୈଠକ ହୋଇଥିଲା । ଏହି ବୈଠକରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସେ ଆହୁରି କହିଛନ୍ତି ଯେ, ଶିଳ୍ପ କ୍ଷେତ୍ର, ହସ୍ପିଟାଲ ଏବଂ ଜରୁରୀ କାଳୀନ ସେବା ଏବଂ ସାର୍ବଜନୀନ ପରିବହନକୁ ଏହି କର୍ଫ୍ୟୁରୁ ବାଦ୍ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular