ଭୁବନେଶ୍ୱର : ମାର୍ଚ୍ଚ ମାସ ହେଉଛି ଆର୍ଥିକ ବର୍ଷର ଶେଷ ମାସ । ଏହି ମାସରେ ବ୍ୟାଙ୍କ ସହିତ ଜଡିତ ସମସ୍ତ କାର୍ୟ୍ୟ ବ୍ୟାଙ୍କ ଠାରୁ ଆରମ୍ଭ କରି ଗ୍ରାହକଙ୍କ ପର୍ୟ୍ୟନ୍ତ ଅଧିକ ରହିଥାଏ । ଚଳିତ ବର୍ଷ ମାର୍ଚ୍ଚ ମାସରେ ପୁରା ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ । ତେଣୁ ଏହା ପୁର୍ବରୁ କର୍ମଚାରୀ ମାନେ ନିଜ କରୁରି କାର୍ଯ୍ୟ କରିବର ଉଚିତ ।। ରିଜର୍ଭବ୍ୟାଙ୍କର ନିର୍ଦ୍ଦେଶ ମୁତାବକ ଦେଶର ସମସ୍ତ ବ୍ୟାଙ୍କ ରବିବାର ବ୍ୟତିତ ମାସର ଶେଷ ବା ଚତୁର୍ଥ ଶନିବାର ବନ୍ଦ ରହୁଛି । ଏହା ବ୍ୟତିତ ମାର୍ଚ୍ଚ ମାସରେ କିଛି ଅତିରିକ୍ତ ଛୁଟି ସହିତ କିଛି ଆଞ୍ଚଳିକ ପର୍ବପର୍ବାଣୀ ପାଇଁ ବି ବ୍ୟାଙ୍କ ଛୁଟି ରହିବ । ପ୍ରଥମ ଛୁଟି ମାର୍ଚ୍ଚ ୫ ତାରିଖରେ ପଡୁଛି । ଏହି ଦିନ କେବଳ ମିଜୋରମରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ୧୧ ତାରିଖରେ ମହାଶିବରାତ୍ରୀ ଥିବାରୁ ପୁରା ଦେଶରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ୧୩ ତାରିଖ ମାସର ଦ୍ୱିତୀୟ ଶନିବାର ପାଇଁ ବି ବ୍ୟାଙ୍କ ବନ୍ଦ ରହିବ । ୧୪ ତାରିଖ ରବିବାର ପାଇଁ ବ୍ୟାଙ୍କ ବନ୍ଦ । ୧୫ ମାର୍ଚ୍ଚ ଦିନ କିଛି ବ୍ୟାଙ୍କ ୟୁନିୟନ ଆନ୍ଦୋଳନକୁ ଅହ୍ଲାଇବାକୁ ଘୋଷଣା କରିଥିବାରୁ ଏହି ଦିନ ବି କିଛି ବ୍ୟାଙ୍କ ବନ୍ଦ ରହିବ । ପୁଣି ମାର୍ଚ୍ଚ ୨୧ ତାରିଖ ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ । ୨୨ ମାର୍ଚ୍ଚ ବିହାର ଦିବସ ପାଳନ ଅବସରରେ କେବଳ ବିହାରରେ ଦୁଇଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ୨୭ ମାର୍ଚ୍ଚ ମାସର ଚତୁର୍ଥ ଶନିବାର ପଡୁଥିବାରୁ ଏହିଦିନ ପୁରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ୨୮ ମାର୍ଚ୍ଚ ରବିବାର ପାଇଁ ସାଧାରଣ ଭାବେ ବ୍ୟାଙ୍କ ବନ୍ଦ । ଅନ୍ୟପଟେ ୨୯ ଓ ୩୦ ମାର୍ଚ୍ଚ ହୋଲି ପାଇଁ ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ । ଗୋଟିଏ ମାସରେ ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ ତାହା ପୁଣି ଆର୍ଥିକ ବର୍ଷ ଶେଷ ମାର୍ଚ୍ଚ ମାସ । ତେଣୁ ମାତ୍ର ୨୦ ଦିନ ବ୍ୟାଙ୍କ ଖୋଲା ରହୁଥିବାରୁ ବ୍ୟାଙ୍କ ନିଶ୍ଚିନ୍ତ ଭାବେ ଭିଡ ରହିବ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0