ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । କୋର୍ଟ କହିଛନ୍ତି ଯେ ହିନ୍ଦୁ ମହିଳା ନିଜ ଅର୍ଜନ କରିଥିବା ସମ୍ପତ୍ତିର ଉତ୍ତରାଧିକାରୀ ତାଙ୍କ ପିତା କିମ୍ବା ନିଜ ପିତାଙ୍କ ପରିବାର ସହ ଜଡିତ ସମ୍ପର୍କୀୟ ମହିଳାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହୋଇପାରିବେ। ଏମାନଙ୍କୁ ପରିବାର ବାହାର ସଦସ୍ୟ କୁହାଯିବନାହିଁ। ଏମାନେ ହିନ୍ଦୁ ଉତ୍ତରାଧିକାରୀ ଆଇନ ଧାରା ୧୫.୧ ଡି ଅନୁସାରେ ଉତ୍ତରାଧିକାରୀ ହୋଇପାରିବେ।ଏହି ରାୟରେ ଶୀର୍ଷ ଅଦାଲତ କହିଛନ୍ତି ଯେ ମହିଳାଙ୍କ ପିତାଙ୍କ ତରଫରୁ ପରିଜନ ହିନ୍ଦୁ ଉତ୍ତରାଧିକାରୀ ଆଇନ ୧୯୫୬ ଧାରା ୧୫.୧ ଡି ଅନୁସାରେ ଉତ୍ତରାଧିକାରୀ ଅଧୀନରେ ଆସିବେ। ଜଷ୍ଟିସ ଅଶୋକ ଭୂଷଣଙ୍କ ଖଣ୍ଡପୀଠ କହିଛନ୍ତି ଯେ ଧାରା ୧୩.୧ ଡିରେ ସ୍ପଷ୍ଟ ଜାହିର କରାଯାଇଛି ଯେ ମହିଳାଙ୍କ ପିତାଙ୍କ ଉତ୍ତରାଧିକାରୀଙ୍କୁ ମହିଳାଙ୍କ ଉତ୍ତରାଧିକାରୀ ଭାବେ ଗ୍ରହଣୀୟ। ମହିଳାଙ୍କ ଅର୍ଜିତ ସମ୍ପତ୍ତିରେ ଏମାନଙ୍କ ଅଧିକାର ଅଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0