ନୂଆଦିଲ୍ଲୀ: କର୍ମଚାରୀ ପରିଚଳାନ କାର୍ୟ୍ୟାଳୟର ମୁଖ୍ୟ ଭାବେ ଭାରତୀୟ-ଆମେରିକୀୟ ଓକିଲ ତଥା ଅଧିକାରକର୍ମୀ କିରଣ ଆହୁଜାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍ ମନୋନୀତ କରିଛନ୍ତି। ଏହି କାର୍ୟ୍ୟାଳୟ ଆମେରିକାର ଦୁଇ ନିୟୁତରୁ ଅଧିକ ବେସାମରିକ ସରକାରୀ କର୍ମଚାରୀଙ୍କୁ ପରିଚାଳନା କରେ। ଯୁକ୍ତରାଷ୍ଟ୍ର ଆମେରିକା ସରକାରରେ ଏହି ଶୀର୍ଷ ପଦବୀ ମଣ୍ଡନ କରିବାରେ ୪୯ ବର୍ଷୀୟ ଆହୁଜା ପ୍ରଥମ ଭାରତୀୟ-ଆମେରିକୀୟ ହେବେ ବୋଲି ସିନେଟ୍ ସୁନିଶ୍ଚିତ କରିଛି। ୨୦୧୫ରୁ ୨୦୧୭ ପର୍ୟ୍ୟନ୍ତ ଆହୁଜା ‘ଯୁକ୍ତରାଷ୍ଟ୍ର ଆମେରିକା କର୍ମଚାରୀ ପରିଚାଳନା କାର୍ୟ୍ୟାଳୟ’ରେ କର୍ମଚାରୀଙ୍କ ମୁଖ୍ୟ ଭାବେ କାର୍ୟ୍ୟ କରିଥିଲେ। ସାଧାରଣ ସେବା ଏବଂ ଲାଭରହିତ/ଦାତବ୍ୟ କ୍ଷେତ୍ର ନେତୃତ୍ୱରେ ତାଙ୍କର ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ଅଭିଜ୍ଞତା ରହିଛି। ସମ୍ପ୍ରତି ଆହୁଜା ‘ଫିଲାନ୍ଥ୍ରୋପି ନର୍ଥେଓ୍ଵଷ୍ଟ୍’ର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରିଣୀ ଭାବେ କାର୍ୟ୍ୟରତ। ଏହି ପ୍ରତିଷ୍ଠାନ ହେଉଛି ଦାତବ୍ୟ ପ୍ରତିଷ୍ଠାନଗୁଡ଼ିକର ଏକ ଆଞ୍ଚଳିକ ନେଟ୍ଓ୍ଵାର୍କ।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0