spot_img

ବିଜେପି ନେତା ରାକେଶ ସିଂଙ୍କୁ ଗିରଫ କଲା କଲିକତା ପୁଲିସ

କଲିକତା: ବିଜେପି ନେତା ରାକେଶ ସିଂଙ୍କୁ ନିଶାଦ୍ରର୍ବ୍ୟ କାରବାରରେ ସଂପୃକ୍ତି ଥିବା ନେଇ କଲିକତା ପୁଲିସ ଗିରଫ କରିଛି । କୋଲକତା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ରାକେଶଙ୍କୁ ଗିରଫ୍ କରିବାକୁ ଯାଇଥିବା ବେଳେ ବର୍ଦ୍ଧମାନ ସହରର ବନ୍ଧରଗାହ ଅଞ୍ଚଳର ବିଜେପି ରାଜ୍ୟ ସମିତି ସଦସ୍ୟଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଅଟକାଯାଇଥିଲା । ଏହା ପରେ ପୋଲିସ ବିଜେପି ରାଜ୍ୟ ସମିତି ସଦସ୍ୟଙ୍କ ଦୁଇ ଝିଅଙ୍କୁ ବି ମାଦକ ଦ୍ରର୍ବ୍ୟ ସହ ଗିରଫ୍ କରାଯାଇଛି । ତେବେ ପଶ୍ଚିମବଙ୍ଗ ବିଜେପି ଯୁବମୋର୍ଚ୍ଚା ସଚିବ ପାମେଲା ଗୋସ୍ୱାମୀଙ୍କୁ ତାଙ୍କ ବନ୍ଧୁ ଓ ସୁରକ୍ଷା କର୍ମୀଙ୍କ ସହ ଫେବୃଆରୀ ୧୯ ତାରିଖରେ କୋଲକତାର ନ୍ୟୁ ଅଲ୍ଲିପୁର ଅଞ୍ଚଳରୁ ଗିରଫ୍ କରାଯାଇଥିଲା । ତାଙ୍କ କାରରୁ ୯୦ ଗ୍ରାମ କୋକିନ ଜବତ କରାଯାଇଥିଲା । ଏହାପରେ ଗୋସ୍ୱାମୀ କହିଥିଲେ କି ବିଜେପି ନେତା ରାକେଶ ସଂ ତାଙ୍କୁ ଷଡଯନ୍ତ୍ର କରି ଫଶାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular