ଜାମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ଶ୍ରୀଗୁଫବାରା ଅନନ୍ତନାଗର ଶଲଗୁଲ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଥିବା ବୁଧବାର ଖବର ମିଳିଛି। ବର୍ତ୍ତମାନ ମଧ୍ୟ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି। ସମ୍ପୃକ୍ତ ଅଞ୍ଚଳରେ ଅସ୍ଥାୟୀ ଭାବେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ବୋଲି ଜଣାପଡିଛି। ସୂଚନା ଯୋଗ୍ୟ, ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା ନେଇ ଖବର ମିଳିବା ପରେ ପୁଲିସ, ସେନା ଓ ସିଆରପିଏଫ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରିଥିଲେ। ନିଜକୁ ଘେରାଉ ଅବସ୍ଥାରେ ଦେଖି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନାରେ ୪ ଆତଙ୍କବାଦୀ ନିହତ ହୋଇଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0