spot_img

ଭାଇରାଲ ହେବାରେ ଲାଗିଛି ରାହୁଲ ଗାନ୍ଧିଙ୍କ ମାଛଧରା ଭିଡିଓ

କୋଲ୍ଲମ: କଂଗ୍ରେସ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ସମୁଦ୍ରରେ ମାଛ ଧରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୋଲ୍ଲମର ସମୁଦ୍ରରେ ସେ ଧୀବରମାନଙ୍କ ସହିତ ବୋଟରେ ବସି ସେମାନଙ୍କର ଜୀବନଶୈଳୀ ସମ୍ପର୍କରେ ଅଭିଜ୍ଞତା ହାସଲ କରିବା ଲାଗି ଯାଇଥିଲେ । ତେବେ ମାଛଧରା ଜାଲ ଫିଙ୍ଗାଯିବା ପରେ ରାହୁଲ ହଠାତ ପାଣିକୁ ଡେଇଁ ପଡିଥିଲେ । ତାଙ୍କ ସହିତ ଧୀବରମାନେ ମଧ୍ୟ ପାଣିରେ ପ୍ରବେଶ କରିଥିଲେ । ଅନ୍ୟପଟେ ରହୁଲ ସମୁଦ୍ରରେ ୧୦ ମିନିଟ ସମୟ ପର୍ଯ୍ୟନ୍ତ ପହଁରିଥିଲେ । ତାଙ୍କ ସହିତ ସୁରକ୍ଷା କର୍ମଚାରୀମାନେ ମଧ୍ୟ ଥିଲେ । ତେବେ ରାହୁଲ ହଠାତ ଏଭଳି କରିଥିବାରୁ ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରାୟ ଅଢେଇ ଘଣ୍ଟା ସେ ଧୀବରମାନଙ୍କ ସହିତ ରହି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

machaay

LEAVE A REPLY

Please enter your comment!
Please enter your name here

- Advertisment -

Most Popular