ପଶ୍ଚିମବଙ୍ଗ ନିର୍ବାଚନକୁ ମାତ୍ର କିଛିମାସ ବାକି ଥିବା ବେଳେ ପଶ୍ଚିମବଙ୍ଗରେ ପୁରା ନିର୍ବାଚନୀ ତାତି । କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ଓ ପଶ୍ଚିମବଙ୍ଗକୁ ଫୋକସ କରୁଥିବା ବିଜେପି ମଧ୍ୟରେ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ମମତାଙ୍କ ବିଭିନ୍ନ ପ୍ରସଙ୍ଗରେ ବିଜେପି ଘେରୁଥିବା ବେଳେ ତୈଳବୃଦ୍ଧିକୁ ନେଇ କେନ୍ଦ୍ରସରକାରଙ୍କ ବିରୋଧରେ ଅଭିନବ ପ୍ରତିବାଦ କରିଛନ୍ତି ମମତା ବାନାର୍ଜୀ । ଦେଶରେ ତୈଳଦର ଆକାଶଛୁଆଁ ହୋଇଛି । ଏହାରି ମଧ୍ୟରେ ବିରୋଧୀଦଳ ମାନେ କେନ୍ଦ୍ରସରକାରଙ୍କୁ ଘେରିବାକୁ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା ଓ ରାଲି ଜାରି ରଖିଛନ୍ତି । ହେଲେ ଗୁରୁବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ତୈଳଦର ବୃଦ୍ଧି ବିରୋଧରେ ପ୍ରତିବାଦ କରିବାକୁ ଯାଇ ଇଲେକ୍ଟ୍ରି ସ୍କୁଟର ପଛପଟେ ବସି ରାସ୍ତାରେ ଯାଉଥିବାର ଦେଖିବାକୁ ମିଳିଛି । ସେ ସ୍କୁଟର ପଛପଟେ ବସିବା ସହ ଗଳାରେ ତୈଳଦର ବୃଦ୍ଧି ବିରୋଧରେ ଲେଖାଥିବା ଏକ ପୋଷ୍ଟର ଲଗାଇଛନ୍ତି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0