spot_img

ଭାରତ ବନ୍ଦରେ ସାମିଲ ହେବେ ୮ କୋଟିରୁ ଅଧିକ ବ୍ୟବସାୟୀ

ନୂଆଦିଲ୍ଲୀ: ଆସନ୍ତା କାଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଭାରତବନ୍ଦ ଡାକରା ଦିଆଯାଇଛି । ଏଥିରେ ୮ କୋଟିରୁ ଅଧିକ ବ୍ୟବସାୟୀ ସାମିଲ ହେବାର ସୂଚନା ମିଳିଛି । ତେବେ ଜିଏସଟିରେ ହୋଇଥିବା କେତେକ ସଂଶୋଧନ ବିରୋଧରେ ଏହି ଭାରତ ବନ୍ଦ ଡାକରା ଦିଆଯାଇଛି । ଅନ୍ୟପଟେ ଏକ କୋଟିରୁ ଅଧିକ ପରିବହନକାରୀ ସଂସ୍ଥା ମଧ୍ୟ ବନ୍ଦରେ ଯୋଗଦେବେ । ଫଳରେ ଦେଶବ୍ୟାପୀ ପରିବହନ ବ୍ୟବସ୍ଥା ସହିତ ବିଭିନ୍ନ ଲଘୁ ଉଦ୍ୟୋଗ ତଥା ବ୍ୟବସାୟ ସହିତ ଜଡିତ ଥିବା ସମସ୍ତ ସଂଙ୍ଗଠନ ବନ୍ଦ ରହିବ ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ପ୍ରମୁଖ ପ୍ରବୀଣ ଖଣ୍ଡେଲୱାଲ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular