ଲଣ୍ଡନ : ବହୁ ଚର୍ଚ୍ଚିତ ପଳାତକ ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟାର୍ପଣ ନେଇ ଆଜି ଶୁଣାଣି ହେବ । ଏହି ଶୁଣାଣି ପରେ ସେ ଭାରତ ଫେରିବେ କି ନାହିଁ ତାହା ସ୍ପଷ୍ଟ ହୋଇଯିବ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପାଖା ପାଖି ୧୩ ହଜାର କୋଟି ଟଙ୍କା ଋଣ ନେଇ ନୀରବ ଲଣ୍ଡନ ପଳାଇ ଯାଇଥିଲେ । ଭାରତ ତରଫରୁ ତାଙ୍କ ବିରୋଧରେ ଅଭିଯୋଗ ହେବା ପରେ ଏବେ ସେ ଲଣ୍ଡନର ଏକ ଜେଲରେ ରହିଛନ୍ତି । ଆଜି ବ୍ରିଟେନ୍ ଅଦାଲତ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡିଛି । କହିରଖୁ କି ଲଣ୍ଡନ ପୋଲିସ ନୀରବ ମୋଦିଙ୍କୁ ୨୦୧୯ ମସିହା ମାର୍ଚ୍ଚ ମାସ ୧୯ ତାରିଖରେ ଗିରଫ୍ କରିଥିଲା । ଏହି ମାମଲାର ଶୁଣାଣି ଜାରି ରହିଥିବା ବେଳେ ସେ ୱାଣ୍ଡସୱାର୍ଥ ଜେଲରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେଉଥିଲେ । ଆଜି ଶୁଣାଣି ବେଳେ ତାଙ୍କୁ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବ । ଏହି ମାମଲାରେ ଜିଲ୍ଲା ମାଜିଷ୍ଟ୍ରେଟ୍ ସାମୁଏଲ ଗୁଜି ତାଙ୍କ ନିଷ୍ପତ୍ତି ଶୁଣାଇବେ । ପ୍ରଥମଥର ପାଇଁ ନୀରବ ମୋଦି ଭାରତରେ କେଯଣସି କୋର୍ଟଙ୍କ ସାମ୍ନାରେ ହାଜର ହେଉଥିବା ନେଇ ଏହି ଶୁଣାଣି ତାଙ୍କୁ ଭାରତ ପ୍ରତ୍ୟାର୍ପଣ ନେଇ ଅନେକ ଗୁରୁତ୍ୱ ବହନ କରୁଛି । ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଏହି ଶୁଣାଣି ପରେ ଫାଇଲକୁ ବ୍ରିଟେନର ହୋମ ସେକ୍ରେଟେରୀଙ୍କ ନିକଟକୁ ପଠାଇ ଦିଆଯିବ ବୋଲି କୁହାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0