ତୁମୁଡ଼ିବନ୍ଧ: ଦଳିଦେଲା ହାତୀ। ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବନାଞ୍ଚଳର ଶିର୍ଲା ନିକଟସ୍ଥ ଟାହିପଡା ନିକଟ ଜଙ୍ଗଲରେ ହାତୀ ଦଳି ଦେବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଯୁବକଜଣକ ଦୁଇ ଦିନ ହେଲା ନିଖୋଜ ଥିବା ବେଳେ ଆଜି ନିକଟସ୍ଥ ଜଙ୍ଗଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ନାଁ ସୁକାଲା ପାଟମାଝୀ। ଦୁଇ ଦିନ ପୂର୍ବେ ଚନ୍ଦ୍ରଗିରି ଜଙ୍ଗଲରୁ ଗୋଟାଏ ମାଈ ହାତୀ ଓ ଏକ ଛୁଆ ହାତୀ ତୁମୁଡ଼ିବନ୍ଧ ସହର ଭିତରକୁ ଆସିବା ସହ ୫୯ଜାତୀୟ ରାଜପଥ ଉପରେ ବୁଲିଥିଲେ। ପରେ ଆସିଥିବା ରାସ୍ତା ଦେଇ ସେମାନେ ଫେରିଯାଇଥିଲେ। ଆସିଥିବା ହାତୀ କୌଣସି କ୍ଷତି କରିନଥିବା କୁହାଯାଉଥିବା ବେଳେ ଆଜି ଏହି ବୃଦ୍ଧଙ୍କ ଶବ ମିଳିବା ପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0