ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |୯୯ ମହାବାତ୍ୟା ପର ଠାରୁ କ୍ଷମତାରେ ରହିଛନ୍ତିଯେ ପରାଜୟ କେବେ ସ୍ପର୍ଶ କରିନି |ଏହାରି ଭିତରେ ସେ କେବେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତ ପୁଣି କେବେ ଆଦର୍ଶ ମୁଖ୍ୟମନ୍ତ୍ରୀ ର ପୁରସ୍କାର ପାଇଛନ୍ତି |ଏବଂ ଏହାରି ଭିତରେ ଅନେକ ବିଶ୍ୱସ୍ତରୀୟ ପ୍ରକଳ୍ପର ଶିଳାନ୍ୟାସ କରି ଚର୍ଚ୍ଚା ଘେରରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ବାବୁ | ଆଉ ଏବେ ନିଜର ୨୦ ବର୍ଷର କାର୍ଯ୍ୟାଳୟ କୁ ସ୍ଥାନାନ୍ତରଣ କରିବା ପାଇଁ ଚର୍ଚ୍ଚା ପରିସର ଭୁକ୍ତ ହୋଇଛନ୍ତି |ରାଜ୍ୟ ରାଜନୀତିରେ ତୃତୀୟ ମହଲା ବିଶେଷ ଗୁରୁତ୍ୱ ବହନ କରେ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଣିକି ଖାରବେଳ ଭବନର ସପ୍ତମ ମହଲାର ପଶ୍ଚିମଭାଗ କୋଠାରୁ ନିଜର ସରକାରୀ କାର୍ଯ୍ୟ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିମନ୍ତେ ସେଠାରେ ଆବଶ୍ୟକ ସାଜସଜ୍ଜା କାର୍ଯ୍ୟ ଏବେ ଜୋରସୋରରେ ଚାଲିଛି। ଖାରବେଳ ଭବନର ସପ୍ତମ ମହଲାର ପଶ୍ଚିମ ଭାଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଭିତର ସାଜସଜ୍ଜା ଓ ଅତ୍ୟାଧୁନିକ ସୁବିଧା ନିମନ୍ତେ ପ୍ରାୟ ୬କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହି କୋଠାରେ ଅତ୍ୟାଧୁନିକ ଫୋର-କେ ଭିଡିଓ କନଫରେନ୍ସିଂ ବାର ସମେତ ଅତ୍ୟାଧୁନିକ ସୁବିଧାସୁଯୋଗ ଉପଲବ୍ଧ ହେବ। ମୁଖ୍ୟମନ୍ତ୍ରୀଙ୍କ ସହ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ମୁଖ୍ୟ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ମଧ୍ୟ ରହିବ । ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ପରଠୁ ନିଜର କାର୍ଯ୍ୟାଳୟକୁ ଆସୁନଥିବା ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ନିଜର କାର୍ଯ୍ୟାଳୟର ଠିକଣା ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକସେବା ଭବନର ତୃତୀୟ ମହଲା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାରବେଳ ଭବନର ସପ୍ତମ ମହଲାରୁ ନିଜର ଅତ୍ୟାଧୁନିକ କାର୍ଯ୍ୟାଳୟ ପରିଚାଳନା କରିବେ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ଲୋକସେବା ଭବନର ତୃତୀୟ ମହଲା ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭାବେ ଦୀର୍ଘ ୨୦ ବର୍ଷ ହେବ କାର୍ଯ୍ୟାକରୁଛି । ତେବେ ନବୀନ ବାବୁ ପ୍ରଥମଥର ପାଇଁ ଖାରବେଳ ଭବନର ସପ୍ତମ ମହଲାରେ ନିଜସ୍ୱ କାର୍ଯ୍ୟାଳୟ କରିବା ପାଇଁ ନିଷ୍ପତ୍ତି ନେଇ ସେ ଦିଗରେ କାର୍ଯ୍ୟ ଆରମ୍ଭ କରିସାରିଥିବା ଜାଣିବାକୁ ମିଳିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ହଠାତ କାର୍ଯ୍ୟାଳୟ ବଦଳାଇବା ନିଷ୍ପତି କଣ ସୂଚନା ଦେଉଛି ? କରୋନା କାଳରେ ଦୀର୍ଘ ୧୦ ମାସ ଭିତରେ ମାତ୍ର ୩ ଥର ନିଜ କାର୍ଯ୍ୟାଳୟ କୁ ଆସିଥିବା ମୁଖ୍ୟମନ୍ତ୍ରୀ ନିଜର କାର୍ଯ୍ୟାଳୟ ବଦଳାଇବା ପଛରେ କାରଣ କଣହୋଇ ପାରେ ? କମ କଥା ଓ ଆଦୌ ଲୋକଙ୍କ ସହ ପ୍ରତ୍ୟକ୍ଷ ଭାବେ ମିଶୁନଥିବା ଆମ ମୁଖ୍ୟମନ୍ତ୍ରୀ ୨୦୦୮ ରୁ ଆଉ ଅଭିଯୋଗ ପ୍ରକୋଷ୍ଠ କୁ ଆସୁ ନାହାନ୍ତି |ଏବଂ ଓଡିଶା ରାଜନୀତିରେ ସବୁଠାରୁ ଆଶ୍ଚର୍ଯ୍ୟ ଓ ଘଟଣାଟି ହେଲା ଭରଚୁଆଲ ରେ ନିଜ ବାସ ଭବନରୁ ବିଧାନସଭା କାର୍ଯ୍ୟ ଓ ତା ଠାରୁ ଚକିତ କଲାଭଳି ଘଟଣାଟି ହେଲା ଲୋକଙ୍କ ପାଖକୁ ନଯାଇ ଭରଚୁଆଲ ରେ ନିର୍ବାଚନ ପ୍ରଚାର ଓ ବିପୁଳ ମତ ପାଇ ବିଜୟୀ ହେବା |ଏହା ଓଡିଶା ରାଜନୈତିକ ଇତିହାସରେ ବିରଳ ଘଟଣା | ତେବେ ଦେଖାଯାଉ ଏ ଧାରା ଆଉ କେତେଦିନ ଲାଗି ରହୁଛି | ଓ କାର୍ଯ୍ୟଳୟ ବଦଳିବା ଦ୍ୱାରା ଜନସାଧାରଣ କଣ ବିକଳ୍ପ ସେବା ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ….



Visitors Today : 3
Total Visitors : 130166
Total Views : 9891611
Visitors Online Now : 0