ବାରିପଦା: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବାରିପଦା ସହରର ସମସ୍ତ ସର୍ବସାଧାରଣ ଏବଂ ଦୋକାନ ବ୍ୟବସାୟୀମାନଙ୍କ ଅବଗତି ନିମନ୍ତେ ସ୍ୱତନ୍ତ୍ରଭାବେ ଦିତୀୟ ପର୍ୟ୍ୟାୟ କରୋନା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। କେତେକ ରାଜ୍ୟରେ ଦ୍ୱିତୀୟ ପର୍ୟ୍ୟାୟ ନୂଆ ପ୍ରକାର କରୋନା ଭାଇରସ ସଂକ୍ରମଣ ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖ୍ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ନିୟମ ମାର୍ଗଦର୍ଶିକା କଡାକଡି ଭାବେ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେହି ଅନୁଯାୟୀ ସମସ୍ତେ ମୁହଁରେ ମାସ୍କ ପିନ୍ଧିବା, ପରସ୍ପର ମଧ୍ୟରେ ୬ ଫୁଟ ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତକୁ ବାରମ୍ବାର ସାବୁନ କିମ୍ବା ସାନିଟାଇଜରରେ ପରିଷ୍କାର କରିବାକୁ କୁହାଯାଇଛି । ତାସହିତ ସମସ୍ତ ଦୋକାନ ବଜାର ଓ ହାଟମାନଙ୍କରେ ନିଜ ନିଜର ଦୋକାନ ସାମ୍ନାରେ କୋଭିଡ ନିୟମ ମାର୍ଗଦର୍ଶିକା କଡାକଡି ଭାବେ ପାଳନ କରିବା ପାଇଁ ପରାମର୍ଶ ଦିଆଯାଉଅଛି । ଏଥିରେ ଅମାନ୍ୟ କରାଗଲେ ବିପର୍ୟ୍ୟୟ ପରିଚାଳନା ଓ କୋଭିଡ ରେଗୁଲେସନ୍ ନିୟମାନୁସାରେ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ଦିଆଯାଇଛି । ମୟୁରଭଞ୍ଜ ଜିଲ୍ଲାରେ ହେବାକୁ ଥିବା ସମସ୍ତ ମେଳା ଯାତ୍ରା ଆଦି କୁ ବାରଣ କରାଯିବ । କେବଳ ବିଧି ଏବଂ ପରମ୍ପରା ଅନୁଯାୟୀ ହେବାକୁ ଥିବା କାର୍ୟ୍ୟକ୍ରମ କୁ ଅନୁମତି ମିଳିବ । ସମସ୍ତ ସ୍ଥାନରେ ମାସ୍କଏବଂ ସାନିଟାଇଜର ବ୍ୟବହାର ପାଇଁ କଡାକଡି କରାଯିବ । ପ୍ରତି ଦିନ କୋରନା ଏନଫୋର୍ସମେଣ୍ଟ ସ୍କ୍ୱାଆର୍ଡ଼ ଗଠନ କରାଯାଇ ଆଇନ କୁ ପାଳନ ହେଉଛି ନା ନାହିଁ ତା’ର ତଦାରଖ କରାଯିବ । ପ୍ରତି ବ୍ଲକରେ ମଧ୍ୟ ଏହି ନିୟମ ପାଳନ ପାଇଁ ବ୍ଲକ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ସହ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ଗତି ବିଧି ଉପରେ ମଧ୍ୟ ନଜର ରଖାଯିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0