spot_img

ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ

ଭୁବନେଶ୍ୱର: ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ତେବେ ଏହି ବାଣିଜ୍ୟ ବନ୍ଦକୁ ସର୍ବଭାରତୀୟ ବ୍ୟବସାୟୀ ସଂଗଠନ ଓଡ଼ିଶା ଶାଖା ପକ୍ଷରୁ ସମର୍ଥନ ଦିଆଯାଇଛି। ବାଣିଜ୍ୟ ବନ୍ଦ ସମୟରେ ଯାତ୍ରୀବାହୀ ବସ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ଉପରେ କୌଣସି କଟକଣା କରାଯାଇ ନଥିବା ସଂଘର ରାଜ୍ୟ ସଭାପତି ସୁଧାକର ପଣ୍ଡା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଏହାକୁ ସମର୍ଥନ ଜଣାଇ ସମସ୍ତ ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ। ବିଭିନ୍ନ ସଂଗଠନ ଅନେକ ଜାଗାରେ ବାଣିଜ୍ୟ ବନ୍ଦକୁ ସ୍ବତଃପ୍ରବୃତ୍ତ ଭାବେ ନୈତିକ ସମର୍ଥନ ଦେଇଛନ୍ତି। ବନ୍ଦକୁ ପରିବହନ କ୍ଷେତ୍ରରେ ଦେଶର ସର୍ବବୃହତ ସଂଗଠନ ସର୍ବଭାରତୀୟ ପରିବହନ କଲ୍ୟାଣ ସଂଗଠନ ସମର୍ଥନ ଜଣାଇଛି। ଏହାଦ୍ବାରା ଦେଶର ପରିବହନ କାର୍ୟ୍ୟରେ ନିୟୋଜିତ ୧ ଲକ୍ଷ ଟ୍ରକ ରାସ୍ତାକୁ ଆସିବେନାହିଁ। ଭାରତ ବନ୍ଦ ଡାକରା ଯୋଗୁଁ ସରକାରୀ କାର୍ୟ୍ୟାଳୟ ଓ ବ୍ୟାଙ୍କ ଆଦି ବନ୍ଦ ରହିବା ଏବଂ ଯାନବାହନ ଚଳାଚଳ ବନ୍ଦ କରାଯିବା ନେଇ ଲୋକମାନେ ଆଶଙ୍କା କରିଥିବାବେଳେ ଏହା ଉପରେ ରାଜ୍ୟ ସଭାପତି ଶ୍ରୀ ପଣ୍ଡା ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, ଭାରତ ବାଣିଜ୍ୟ ବନ୍ଦ ପରିପ୍ରେକ୍ଷୀରେ ସରକାରୀ, ବେସରକାରୀ କାର୍ୟ୍ୟାଳୟ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ଏବଂ ଯାନବାହନ ଚଳାଚଳ ବନ୍ଦ କରାଯିବନାହିଁ। ଏସବୁ ସ୍ବାଭାବିକ ଭାବେ କାର୍ୟ୍ୟ କରିବ। ଏହାକୁ ବନ୍ଦ କରିବା ନେଇ ସଂଘ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନଥିବା ସେ କହିଛନ୍ତି। ବାଣିଜ୍ୟ ବନ୍ଦ ସମ୍ପର୍କରେ ସେ କହିଛନ୍ତି, ଜିଏସଟି ପରିଷଦ ଲାଭ ପାଇଁ ନିୟମକୁ ପରିବର୍ତ୍ତନ କରି ଚାଲିଛନ୍ତି। ଦେଶର ରାଜ୍ୟ ସରକାରମାନେ ଟିକସ ବ୍ୟବସ୍ଥାର ସରଳୀକରଣ ପାଇଁ ଚିନ୍ତା କରୁନାହାନ୍ତି। ବ୍ୟବସାୟ ପରିବର୍ତ୍ତେ ବ୍ୟବସାୟୀମାନେ ଜିଏସଟି ହିସାବ କରିବାରେ ବ୍ୟସ୍ତ ରହୁଛନ୍ତି। ଯାହା ଦେଶର ଅର୍ଥ ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଚାରିବର୍ଷ ମଧ୍ୟରେ ଜିଏସଟି ନିୟମ ୯୩୭ ଥର ସଂଶୋଧନ କରାଯିବା ଫଳରେ ଏହାର ମୂଳ ଢ଼ାଞ୍ଚା ବଦଳି ସାରିଛି। ବାରମ୍ବାର କହିବା ସତ୍ତ୍ବେ ଜିଏସଟି ପରିଷଦ ବ୍ୟବସାୟ ସଂଗଠନ ଦ୍ବାରା ଉଠାଯାଇଥିବା ପ୍ରସଙ୍ଗ ଗ୍ରହଣ କରୁନାହିଁ। ତେଣୁ ଦାବି ହାସଲ ପାଇଁ ଭାରତ ବାଣିଜ୍ୟ ବନ୍ଦ ଡାକରା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular